ମା ଅମ୍ବିକା ଙ୍କ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକ ର କେରକେରା ପଞ୍ଚାୟତ ଚାନ୍ଦୁସାହି ଠାରେ ବିଜେ ମାଆ ଅମ୍ବିକା ଙ୍କ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ସକାଳ ୯ ଘଟିକା ସମୟରେ ବିଧିପୂର୍ବକ ପୂଜାର୍ଚନା ପରେ ଘଟଉତ୍ତୋଳନ କରାଯାଇଥିଲା ଘଟସଭାଯାତ୍ରା କୁ ଗ୍ରାମ ର ମହିଳା ମାନେ ଅତ୍ୟନ୍ତ ଭକ୍ତି ଓ ଶ୍ରାଦ୍ଧର ସହିତ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା ବାର୍ଷିକ ପ୍ରତିଷ୍ଠା ଉତ୍ସବ ରେ ପୂଜକ ଭାବେ ସୋନୁ କର ଦାୟିତ୍ୱ ନିର୍ବାହ କରିଥିବା ବେଳେ କର୍ତା ଭାବେ କର୍ତା ପଲଟୁ ପରିଡା ଓ ମାଆ ମାଆ ଡାଳିମ୍ବ ନାଏକ ତୁଲାଇଥିଲେ ଉତ୍ସବ ରେ ଶହଶହ ସଂଖ୍ୟା ରେ ଉଭୟ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲେ ଭକ୍ତ ଙ୍କ ନିମନ୍ତେ ପ୍ରସାଦ ବ୍ୟବସ୍ଥା ଓ ସନ୍ଧ୍ୟା ସମୟରେ ପାଲା ପରିବେଷଣ ହୋଇଥିଲା


