ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ପରିସରରେ ଭାରତୀୟ ସମ୍ବିଧାନ ଦିବସ ପାଳନ ଉପଲକ୍ଷେ ଏକ ଆ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଙ୍କ ନିର୍ଦ୍ଦେଶ ଜଜ୍ ପ୍ରଣବ କୁମାର ରାଉତ ନିର୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମର ଅତିରିକୁ ଜିଲ୍ଲା ଜଜ୍ ପ୍ରଦୀପ କୁମାର ସାମଲ ଉପସ୍ଥିତ ରହି ସମ୍ବିଧାନର ମହତ୍ବ ଓ ଏହାର ବିଶେଷତ୍ବ ଉପରେ ଆଲୋକପାତ କରିଥିଲେ I ଏଠି ସଙ୍ଗେ ସଙ୍ଗେ କୋର୍ଟ ରେଜିଷ୍ଟ୍ରାର୍ ତଥା ପ୍ରାଧୂକରଣ ସମ୍ପାଦକ ଦାୟିତ୍ବରେ ଥୁବା ଶ୍ରୀ ସତ୍ୟବ୍ରତ ରାଣା ଏକ ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧୂକାରିଣୀ ଶ୍ରୀମତୀ ବିଷ୍ଣୁପ୍ରିୟା ସମନୁରାୟ ନିଜ ନିଜର ବକ୍ତବ୍ୟ ପ୍ରତିପାଦନ କରିଥିଲେ । ଆୟୋଜିତ ଏହି ସାଧାରଣ ଆଇନ ସଚେତନତା ଶିବିରରେ ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ସିଦ୍ଧେଶ୍ବର ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ଓକିଳ ଓକିଲ ବୃନ୍ଦ ମାନେ ମଧ୍ୟ ଉପସ୍ଥିତ ରହି ସମ୍ବିଧାନ ଦିବ ବସ ପାଳନ ଉପରେ ସଂକ୍ଷେପରେ ଆଲୋକପାତ କରିଥିଲେ। ଆୟୋଜିତ ଏହି ଆଇନ ସଚେତନତା ଶିବିରରେ ଜିଲ୍ଲା କୋର୍ଟରଆଇନ ସଚେତନତା ଶିବିରରେ ଜିଲ୍ଲା କେ ସମସ୍ତ କର୍ମଚାରୀ ଙ୍କ ସମେତ ସମସ୍ତ ଆଇନ ସଚେତନା କର୍ମୀ ଓ ପ୍ରାଧୂକରଣ କର୍ମଚାରୀ ମାନଙ୍କ ସମେତ ବହୁ ବୁଦ୍ଧିଜୀବୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟ କୁ ପ୍ରାଧୂକରଣ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ