ମର୍ମନ୍ତୁଦ ଦୁର୍ଘଟଣା ଚାଲିଗଲା ୮ ଜୀବନ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଲିଯୋଡି ନିକଟରେ ଶୁକ୍ରବାର ସକାଳୁ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ସାନଖେମୁଣ୍ଡି ଅଞ୍ଚଳର ଦୁଇଟି ପରିବାରର ୮ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟୁନ ୮ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।ଏଭଳି ବଡ଼ ଦୁଃଖଦ ଖବର ସାନଖେମୁଣ୍ଡି ଅଞ୍ଚଳ ବାସିଙ୍କୁ ସ୍ତବ୍ଧ କରି ଦେଇଥିବା ଜଣାପଡିଛି । ଅପରପକ୍ଷରେ ପରିବାର ସଦସ୍ୟଙ୍କୁ ସବୁଦିନ ପାଇଁ ହରାଇ ଛାତି ବାଡ଼େଇ ଭାଇ ବନ୍ଧୁ ପରିବାର ବର୍ଗ କାନ୍ଦୁଥିବାର ଦୃଶ୍ୟ ସାରା ଗ୍ରାମରେ ଏକ ଶୋକାକୁଳ ପରିବେଶରେ ଫାଟି ପଡୁଛି । ଖବରନୁଯାୟୀ , ଶୁକ୍ରବାର ରାତି ୧୦ ଘଣ୍ଟା ସମୟରେ ପୋଡାମାରୀ ଓ ନିକଟସ୍ଥ ଗ୍ରାମ ବତାଗଡର ଦୁଇ ପରିବାରର ୧୯ ଜଣ ସଦସ୍ୟ ଏକ ଟୁରିଷ୍ଟି ଗାଡ଼ି ଯୋଗେ ଘଟଗାଁ ତାରିଣୀ ଦର୍ଶନ ନିମନ୍ତେ ହସଖୁସିରେ ବାହାରିଥିଲେ । ସକାଳୁ ସାଢେ ୪ ଘଣ୍ଟା ସମୟରେ ଘଟଗାଁ ତାରିଣୀ ମନ୍ଦିର ଠାରୁ ୩ କିମି ଦୂର ବାଲିଯୋଡି ନିକଟରେ ଚାଳକଙ୍କ ଅସାବଧାନତା ଯୋଗୁଁ ରାସ୍ତା ପାର୍ଶ୍ବରେ ରହିଥିବା ଏକ ଟ୍ରକକୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିବା ଜଣାପଡିଛି । ଏହି ବିଦାରକ ଦୁର୍ଘଟଣାରେ ଟୁରିଷ୍ଟି ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ୮ଜଣ ଙ୍କସଳିଳ ସମାଧି ପାଲଟି ଯାଇଥିଲେ । ତେବେ ଦୁର୍ଘଟଣା ସ୍ଥଳରୁ ସ୍ଥାନୀୟ ପୋଲିସ , ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ଗୁରୁତର ମାନଙ୍କୁ କେନ୍ଦୁଝର ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ପୋଡାମାରୀ ଗ୍ରାମର ବିଜୟ ପ୍ରଧାନ , ଆକାଶ ପ୍ରଧାନ , ମିତା ପ୍ରଧାନ , ବତାଗଡର ମଦନ ଗୈାଡ , ବାୟାଘନ ଗୈାଡ , ନାବାଳକ ରୁଦ୍ର ଗୈାଡ , ଦିଗପହଣ୍ଡି ବ୍ଳକ ପାଳଝାଡି ଓ ଦେଖାଳି ଗ୍ରାମର ପମିନୀ ଗୈାଡ ଏବଂ ବାବୁଲା ଗୈାଡ। ଅନ୍ୟପକ୍ଷରେ ପୋଡାମାରୀ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଖବରପାଇ କେନ୍ଦୁଝର ମେଡିକାଲରେ ପହଞ୍ଚି ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ମୃତ ବ୍ୟକ୍ତିଙ୍କ ଶବ ନିଜ ନିଜ ଗ୍ରାମ କୁ ଆଣିବା ପାଇଁ କହିଛନ୍ତି। ଖବର ଲେଖା ପର୍ଯ୍ୟନ୍ତ ସମସ୍ତ ମର ଶରୀରକୁ ନିଜ ଗ୍ରାମକୁ ଫେରୁଥିବା ଜଣାପଡିଛି । ତେବେ ଶନିବାର ସକାଳୁ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ