୧୩ ବର୍ଷ ପରେ ରାୟ ପ୍ରକାଶ ଦୁର୍ଷ୍କମକାରୀଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଦୀର୍ଘ ୧୩ ବର୍ଷର ବ୍ୟବଧାନ ପରେ ରାୟ ପ୍ରକାଶ ପାଇଛି। ହିଞ୍ଜିଳି ଥାନା ଅଞ୍ଚଳର ଜଣେ ଦୁର୍ଷ୍କମକାରୀଙ୍କୁ ହିଞ୍ଜିଳିକାଟୁ ସବଜର୍ଜ ଅବକାଶ ଚୌଧୁରୀ ୭ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅତ୍ୟଧିକ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟ ଶୁଣାଇଛନ୍ତି।ପ୍ରକାଶ ଯେ, ଗତ ୨୦୧୦ ମସିହା ସେପ୍ଟେମ୍ବର ୧୩ ତାରିଖରେ ହିଞ୍ଜିଳି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ସେହି ଗ୍ରାମର ଜଣେ ଯୁବକ ଏକୁଟିଆ ପାଇ ବଳପୂର୍ବକ ଦୁର୍ଷ୍କମ କରିଥିଲେ। ଘଟଣା ନେଇ ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର ୧୩୫/୧୦ରେ ଏକ ମାମଲା ରୁଜୁ କରି ତତ୍କାଳୀନ ଥାନା ଭାରପ୍ରାପ୍ତ ଅଧିକାରୀ ରାମପ୍ରସାଦ ସାହୁ ଘଟଣାର ତଦନ୍ତ ଚଳାଇଥିଲା। ଘଟଣା ପରେ ଦୁର୍ଷ୍କମକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସଂପୃକ୍ତ ଘଟଣାରେ ୩୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ସବଜର୍ଜ ଶ୍ରୀ ଚୌଧୁରୀ ଗୁରୁବାର ମାମଲାର ରାୟ ପ୍ରକାଶ କରିଥିଲେ। ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ପ୍ରମୋଦ କୁମାର ଦଳାଇ ମାମଲା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ