ବିଶ୍ୱ ଏଡସଦିବସ ପାଳିତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅର୍କ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ ଓ ଆହନ ହସପିଟାଲ ପକ୍ଷରୁ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ୧୦ଟାରେ କଲେଜ ପରିସରରୁ ଏକ ସଚେତନତା ରାଲି ବାହାରି ତିନିମୁହାଣି ଛକ ଦେଇ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲିକୁ କଲେଜ ଅଧ୍ୟକ୍ଷା ଡଃ. ହାଜିରା ସିଦ୍ଦିକା ଶୁଭାରମ୍ଭ କରିଥିବା ବେଳେ କଲେଜ ସମାଜସେବା ବିଭାଗର ଅମିତ କୁମାର ମହାନ୍ତି ଏହାର ନେତୃତ୍ୱ ନେଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକାମାନେ ଉପସ୍ଥିତ ଥିଲେ । ଏହି ଅବସରରେ କଲେଜ ପରିସରରେ ସମ୍ପାଦକ ଆଦିତ୍ୟ କୁମାର ପ୍ରଧାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଚେତନତା ସଭାରେ ସଭାପତି ଅନୁଜ କୁମାର ପ୍ରଧାନ, କଲେଜ ଅଧ୍ୟକ୍ଷା ଡଃ. ହାଜିରା ସିଦ୍ଦିକ, ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇ.ସି.ଟି.ସି. କାଉନସିଲର ବବିତା ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଏସ.ଟି.ଡି. କାଉନସିଲର କ୍ଷିରାଦ୍ଧି ତନୟା ସ୍ୱାଇଁ, ଡିଷ୍ଟିକ୍ଟ ରିସୋର୍ସ ଲିଙ୍କେଜ ୱାର୍କର ଦିପ୍ତିମୟୀ ପରିଡା ଓ ଗାଁ କଲ୍ୟାଣ ସମିତିର ସହକାରୀ ପରିଚାଳକ ଡଃ. ଅମିତ୍ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏଡସ ଓ ଏଚ.ଆଇ.ଭି. ସମ୍ପର୍କରେ ବହୁ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରି ସଚେତନ କରାଇଥିଲେ । ଅମିତ କୁମାର ମହାନ୍ତି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଅଧ୍ୟାପକ ପପୁନ କୁମାର ସାହୁ ଏବଂ ଅଧ୍ୟାପକ ଶୁଭ୍ରକାନ୍ତ ପ୍ରଧାନ ପ୍ରମୁଖ ସେମାନଙ୍କ ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ