କୁକୁଡାଖଣ୍ଡି ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ଉତ୍ୟକ୍ତ

କୁକୁଡାଖଣ୍ଡି, (ବିଭୂନନ୍ଦନ ପଣ୍ଡା):ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ଗ୍ରାମରେ ଥିବା ବିଜ୍ଞାନ ମହାବିଦ୍ୟାଳୟ ରେ ସୋମବାର ସନ୍ଧ୍ୟାରେ ଛାତ୍ର ମାନେ ଉତ୍ୟକ୍ତ ହୋଇ କଲେଜ କାର୍ଯ୍ୟାଳୟ ରେ ତାଲା ପକାଇ ଅଧକ୍ଷ ଙ୍କୁ ଘେରାଉ କରିଥିଲେ l “ଯୁବ ଓଡିଶା ନବୀନ ଓଡ଼ିଶା” ରୁ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଖେଳ ଓ ସାମାଜିକ ସଶକ୍ତି କରଣ ନିମନ୍ତେ ଆସିଥିବା ୪ ଲକ୍ଷ ଟଙ୍କା ଆସିଛି ଯାହା କଲେଜ ରୁ ଜଣାପଡିଛି! ପରନ୍ତୁ ତାହା ସଠିକ ରାସ୍ତାରେ ଖର୍ଚ୍ଚ ହଉନଥିବା କୁ ନେଇ କଲେଜ ପରିସରରେ ତାଲା ପକାଇ ଛାତ୍ର ମାନେ ଧାରଣାରେ ବସିଥିଲେ l ସୂଚନା ପ୍ରକାରେ ସରକାର ଙ୍କ ପକ୍ଷରୁ ଆସିଥିବା ମୋଟ ୪ ଲକ୍ଷ ଟଙ୍କା ରୁ ୧,୫୦,୦୦୦ ଟଙ୍କା କେବଳ କ୍ରୀଡା କାର୍ଯ୍ୟକ୍ରମ ପାଇଁ ରହିଥିଲା l ଗତ ୧ ତାରିଖରୁ ଆରମ୍ଭ ହୋଇଥିବା କ୍ରୀଡା ୩ ଦିନି ଧରି ଚାଲିଥିବା ବେଳେ ସୋମବାର ସମାପ୍ତ ହୋଇଛି l ଛାତ୍ର ମାନଙ୍କ ଅଭିଯୋଗ ପ୍ରକାରେ ଖେଳ ସମୟରେ ପିଲାଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ଗ୍ଲୋକୋଜ, ଫାଷ୍ଟ ଏଇଡ ବ୍ୟବସ୍ଥା, ଜର୍ସି ଶାର୍ଟ, ଟୋପି ଏବଂ ଖାଇବା ବ୍ୟବସ୍ଥା କୁ ଗୁରୁତ୍ୱ ଦେଇନଥିବା ନେଇ କଲେଜ ର ଛାତ୍ର ମାନେ ଅଭିଯୋଗ କରିଛନ୍ତି l ନିକଟତମ କୁକୁଡାଖଣ୍ଡି ବ୍ଲକ ର ଅନ୍ୟାନ୍ୟ କଲେଜ ରେ ସମସ୍ତ ବ୍ୟବସ୍ଥା କୁ ଗୁରୁତ୍ୱ ଦେଉ ଥିବା ବେଳେ ଆମ କଲେଜ ଏହି ସୁବିଧା ଗୁଡିକୁ ଗୁରୁତ୍ୱ ଦେଉ ନଥିବା କବାଡି ଇତ୍ୟାଦି ଖେଳକୁ ନେଇ ଛାତ୍ର ମାନେ ଅଭିଯୋଗ କରିଛନ୍ତି l ଅପରାହ୍ନ ୩ ଘଣ୍ଟ ଠାରୁ ସନ୍ଦ୍ୟା ୭ ଘଣ୍ଟ ପର୍ଯ୍ୟନ୍ତ ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଛାତ୍ର ମାନେ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଥିବା ବେଳେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ତହସିଲଦାର ସପନ କୁମାର ସାହୁ, ସରପଞ୍ଚ ବନ୍ଦନା କୁମାରୀ ସେଠି ନାଏବ ସରପଞ୍ଚ ପ୍ରଗତି ଦଳାଇ ଏବଂ ଶାନ୍ତି ଶୃଙ୍ଖଳା ପାଇଁ ସଦର ଥାନା ଅଧିକାରୀ ଅନିତା କୁମାରୀ ସାହୁ ପହଞ୍ଚି ପିଲା ମାନଙ୍କ କଥା ବାର୍ତା ହେବା ସହ ଏବଂ କଲେଜ ଅଧକ୍ଷ ଙ୍କ ସହ ଆଲୋଚନା କରିଥିଲେ l ଛାତ୍ର ମାନଙ୍କ ଅଭିଯୋଗ ପ୍ରକାରେ କଲେଜ ଅଧକ୍ଷ ମନୋରଞ୍ଜନ ପଟ୍ଟନାୟକ ଙ୍କୁ ପତହସିଲଦାର ସପନ କୁମାର ସାହୁ ଏବଂ ବ୍ଲକ ଅଧ୍ୟକ୍ଷ ଶ୍ରୀ ପାତ୍ର ପଚରାଉଚରା କରିଥିଲେ l ଦାୟିତ୍ୱ ରେ ଥିବା ନୋଡାଲ ଅଫିସର ଶ୍ରୀକାନ୍ତ ପଟ୍ଟନାୟକ ଙ୍କୁ କାଗଜ ପତ୍ର ମାଗି ୪ ଲକ୍ଷ ଟଙ୍କା କେଉଁ କେଉଁ ବାବଦକୁ ଆସିଛି ତହସିଲଦାର ସାହୁ ସମ୍ପୂର୍ଣ କାଗଜ ପତ୍ର ତଦନ୍ତ କରିଥିଲେ l ପରେ ପିଲା ମାନଙ୍କୁ ବୁଝା ସୁଝା କରି ଧାରଣା ରୁ ହଟାଇଥିଲେ l ସଦର ଥାନା ପୋଲିସ ଘଟଣା ସ୍ଥଳେ ଉପସ୍ଥିତ ରହି ଧାରଣା କୁ ନିୟନ୍ତ୍ରଣ କରିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ