ପବନ ବର୍ଷା ପାଇଁ ଚାଷୀ ଙ୍କ ତତ୍ପରତା

ନିମାପଡ଼ା, (ସନ୍ତୋଷ ଦାଶ):ସମ୍ଭାବ୍ୟ ବାତ୍ୟା ପାଇଁ ଆକାଶ ମେଘାଚ୍ଛନ୍ନ ରହି ସମୟ ସମୟେ ଟୋପା ଟୋପା ବର୍ଷା ହେଉଥିବାରୁ ପୁରୀ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ର ଚାଷୀମାନେ ଭୟଭୀତ ହୋଇପଡ଼ି ବିଲରେ ପାଚି ଯାଇଥିବା ଧାନ କାଟି ଘରକୁ ବୋହି ନେବାରେ ତପ୍ତରତା ପ୍ରକାଶ କରିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ କୁ ଭିତ୍ତିକରି କୃଷି ବିଭାଗ ମାଇକ ଯୋଗେ ଚାଷୀ ମାନଙ୍କୁ ସତର୍କ କରାଇବା ସହିତ ଅମଳକ୍ଷମ ଧାନ କୁ କାଟି ସୁରକ୍ଷିତ ସ୍ଥାନ କୁ ନେଇଯିବାପାଇଁ ସଚେତନ କରିଛି। ଯଦି ସମ୍ଭାବ୍ୟ ବାତ୍ୟା ପ୍ରଭାବ ରେ ଲଗାଣ ବର୍ଷା ହୁଏ ତେବେ ଉପକୂଳ ଅଞ୍ଚଳ ରେ ପାଚି ଆସୁଥିବା ଧାନ ଫସଲ ଓ ପନିପରିବା ଚାଷ ର ବ୍ୟାପକ କ୍ଷତି ଘଟିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଚାଷୀ ସୁର ଭୋଇ ଓ ମାନସ ବେହେରା। ହାଲୁକା ପବନ ରେ ଅନେକ ସ୍ଥାନ ରେ ପାଚିଲା ଧାନଗଛ ଗୁଡ଼ିକ ଶୋଇ ପଡ଼ିଥିବା ଦେଖିବାକୁ ମିଳିଛି। କାଳେ ଅଧିକ ବର୍ଷା ଓ ପବନ ହେବ ସେ ନେଇ ଚାଷୀ ମାନେ ଭୟଭୀତ ହୋଇ ପଡିଛନ୍ତି। କେତେକ ଅଞ୍ଚଳରେ ଚାଷୀ ମାନେ ଅଧା ପାଚିଥିବା ଧାନ କୁ କାଟି ସୁରକ୍ଷିତ ସ୍ଥାନ କୁ ବୋହି ନେଉଥିବା ଓ ଅମଳ କରୁଥିବା ଲକ୍ଷ୍ୟ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ