ତେରସ୍ଥାନ ତାଲୁକା ଯାଦବ ସମାଜର ବୈଠକ, ନୂତନ କମିଟି ଚୟନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ତେରସ୍ଥାନ ତାଲୁକା ଯାଦବ(ଗୋଲା) ସମାଜ ଛତ୍ରପୁର ବ୍ଲକ ଶାଖାର ଏକ ବୈଠକ ଯଜ୍ଞଶାଳା ଗ୍ରାମ ଠାରେ ସମାଜର ସଭାପତି ଡି.କ୍ରିଷ୍ଣା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଯାଦବ ସମାଜର ବିଭିନ୍ନ ବିଷୟକୁ ନେଇ ଆଲୋଚନା ହୋଇଥିଲା । ପରେ ଆଗାମୀ ୫ ବର୍ଷ ପାଇଁ ଯାଦବ ସମାଜର ପରିଚାଳନା ନିମନ୍ତେ ଏକ ନୂତନ କମିଟି ଗଠନ ହୋଇଥିଲା । ସର୍ବ ସମ୍ମତି କ୍ରମେ ବି.ଲିଙ୍ଗରାଜ ପାତ୍ର(ବୁଡୁ)ଙ୍କୁ ନୂତନ ସଭାପତି ଭାବେ ଚୟନ କରାଯାଇଥିଲା । ଉପସଭାପତି ଭାବେ ଏ.ଚିନେୟା ପାତ୍ର, ସମ୍ପାଦକ କେ.ଆନନ୍ଦ ପାତ୍ର , ସହ-ସମ୍ପାଦକ ଏ.ରାମା ରାଓ, କୋଷାଧ୍ୟକ୍ଷ କେ.ଦାଲେୟା ପାତ୍ର ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ବୁଲୁ ପାତ୍ର ଓ ଜି.ବୁଧିଆ ପାତ୍ରଙ୍କୁ ମନୋନୀତ କରାଯାଇଥିଲା । ନବ ନିର୍ବାଚିତ କମିଟିର ସଦସ୍ୟଙ୍କୁ ପୂର୍ବତନ ସଭାପତି ବି.ବୁଲଡା ପାତ୍ର ଶପଥ ପାଠ କରାଇଥିଲେ । ଶେଷରେ ଏ.ଭାଗିରଥୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ