ମୋଦି ସରକାରଙ୍କ ଗ୍ୟାରେଣ୍ଟି ଆମ “ସଂକଳ୍ପ ବିକଶିତ ଭାରତ”
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମଙ୍ଗଳବାର ଜୟଦେବକସବା ଓ ରସାଳପୁର ଗ୍ରାମପଞ୍ଚାୟତରେ ମୋଦି ସରକାରଙ୍କ ଗ୍ୟାରେଣ୍ଟି “ଆମ ସଂକଳ୍ପ ବିକଶିତ ଭାରତ “ରଥ ପରିକ୍ରମା କରିଥିଲା l ଏହି ଦୁଇଟି ପଞ୍ଚାୟତରେ ରଥ ପରିକ୍ରମା ସମୟରେ ସ୍ଥାନୀୟ କୀର୍ତ୍ତନିୟା ଦଳ ହରିନାମ ଜପ କରି ରଥ ଆଗରେ ରହି ରଥକୁ ବାଟ କଢାଇ ନେଇଥିଲେ l LED ସ୍କ୍ରିନ ଦ୍ୱାରା ମୋଦି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକମାନଙ୍କୁ ପ୍ରଦର୍ଶନ କରାଯାଇଥିଲା l ପଞ୍ଚାୟତର ଲୋକମାନେ ମୋଦି ସରକାରଙ୍କ ଯେଉଁ ଯେଉଁ ଯୋଜନା ପାଇଛନ୍ତି, ତାର ସୁଚି କରିବା ଏବଂ ଯେଉଁ ମାନେ ଏହିସବୁ ଯୋଜନାରୁ ବଞ୍ଚିତ ହେଇଛନ୍ତି, ତାଙ୍କର ପଞ୍ଜିକରଣ କରି କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ପଠାଇବା ତଥା ସରକାରଙ୍କ ପ୍ରତ୍ୟେକ ଯୋଜନାରୁ ଲାଭ ପାଇବା ପାଇଁ ଜନସାଧରଣଙ୍କୁ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ସ୍ଥଳରେ ରେମୁଣାର ନେତା ତଥା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମାହାନ୍ତି ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନ କରିଥିଲେ l କେନ୍ଦ୍ର ଅଧୀନରେ ଥିବା ବିଭିନ୍ନ ସଂସ୍ଥା ଯଥା LPG, ନାବାର୍ଡ, ବିଭିନ୍ନ ରାଷ୍ଟ୍ରୟତ୍ତ ବ୍ୟାଙ୍କ ର କର୍ମଚାରି ମାନେ ଉପସ୍ଥିତ ହୋଇ ଲୋକମାନଙ୍କୁ ସଚେତନ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ସହ ସରପଞ୍ଚ, ସମିତି ସଭ୍ୟ,ଅଙ୍ଗନ ବାଡ଼ି ଦିଦି, ଆଶାଦିଦି, ସ୍ୱୟଂସାହାୟିକା ଗୋଷ୍ଠୀର ମହିଳାମାନେ, ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ, ଚାଷୀ ଓ ଉଜ୍ଜଳା ଦିଦି ମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ l


