ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ
ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ନଇଗୁଆଁ ଠାରେ ଚାଲିଥିବା ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି ।ଏହି ନାଟକ ପ୍ରତିଯୋଗିତାରେ ରାଜ୍ୟର ବହୁ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଯୋଗ ଦେଇଥିଲେ ।ବିଚାରକ ମାନେ କାକଟପୁର ବ୍ଲକ ପଥରପକା ଗ୍ରାମର ମା ବାଟ ମଙ୍ଗଳା ନାଟ୍ୟ ସଂସଦ ଦ୍ୱାରା ପରିବେଷିତ ସନ୍ତୋଷ କୁମାର ସ୍ୱାଇଁ (ଟୁଟୁ) ଙ୍କ ପ୍ରଯୋଜିତ କାବୁଲା ବିଶ୍ୱାଳ ଏବଂ ଅଜିତ ନାୟକଙ୍କ ପରିଚାଳିତ ଧ୍ରୁବଚରଣ ଖୁଣ୍ଟିଆ ଙ୍କ ନିର୍ଦ୍ଦେଶନା ର ନାଟକ ଆଖି ଅବୁଝାକୁ ଲୁହ ଅବୁଝା ଶ୍ରେଷ୍ଠ ନାଟକ ଭାବେ ବିବେଚନା କରି ପୁରସ୍କୃତ କରିଥିଲେ । ଗ୍ରାମର ଅଗ୍ରଣୀ କଳାକାର ରମାକାନ୍ତ ନାୟକ,ସୁଦର୍ଶନ ନାୟକ, ଟୁଲୁ ନାୟକ, ଦୁଷ୍ମନ୍ତ ସ୍ୱାଇଁ, ଦିପୁନା ନାୟକ ଓ ସଞ୍ଜୟ ମଲ୍ଲିକ ଙ୍କ ଦ୍ୱାରା ପରିବେଶିତ ଉକ୍ତ ନାଟକ ଟି ବେଶ ଉଚ୍ଚ କୋଟିର ହୋଇଥିଲା । ସେହିପରି ମା ଲଷ୍ମୀ ନାଟ୍ୟ ସଂସଦ ଅସ୍ତରଙ୍ଗ ଉପ ବିଜେତା ଭାବେ ପୁରସ୍କୃତ ହୋଇଛି । ବିଜେତା ଦଳକୁ ନଗଦ ୩୦ ହଜାର ଟଙ୍କା ଓ ଉପବିଜେତା ଦଳକୁ ନଗଦ ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି ।ଉକ୍ତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ଗୌର ଦାଶ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କଂଗ୍ରେସ ର ଯୁବନେତା ବିଶ୍ୱଭୂଷଣ ଦାସ, ନଇଗୁଆଁ ସରପଞ୍ଚ ଙ୍କ ପ୍ରତିନିଧି ପ୍ରତାପ ଖୁଣ୍ଟିଆ ଯୋଗଦେଇଥିଲେ । ବିଜୟୀ ନାଟ୍ୟ ସଂସଦର ମୁଖ୍ୟ ପରିଚାଳକ ଭାବେ ନିଶିକାନ୍ତ ସ୍ୱାଇଁ, ରାକେଶ ନାୟକ ଓ ବାଉରୀବନ୍ଧୁ ପରିଡା ଦାୟିତ୍ୱ ତୁଲାଇଥିଲେ ।


