କିଟ୍ ତରଫରୁ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କିତ କାର୍ଯ୍ୟକ୍ରମ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କିଟ୍ ଭୁବନେଶ୍ୱର ପକ୍ଷରୁ କନ୍ଧମାଳ ଜିଲ୍ଲାର ଜନଜାତି ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶା ବିଧାନସଭାର ଉପବାଚସ୍ପତି ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ଛାତ୍ରୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ହିଁ ସମ୍ପଦ ବିଷୟରେ ବିସ୍ତୃତ ଭାବେ ବୁଝାଇବା ସହ ଏ ଦିଗରେ ସଚେତନ ରହିବା ପାଇଁ ପରାମର୍ଶ ଦେଇଥିଲେ । ସଂମାନିତ ଅତିଥି ଭାବେ ରାଇକିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିମାଞ୍ଚଳ ମଣ୍ଡଳ, ରାଇକିଆ ବ୍ଲକ ଅଧ୍ୟକ୍ଷ ପ୍ରୀତମ ପ୍ରଧାନ ଯୋଗଦେଇଥିଲେ । ଜନଜାତି ପିଲାମାନଙ୍କର ଉନ୍ନତ ସ୍ୱାସ୍ଥ୍ୟ ଉପରେ ପ୍ରମୁଖଭାବେ ପ୍ରଫେସର ପ୍ରିୟବ୍ରତ ଦାସଙ୍କ ସହ ୩୪ ଜଣ ଡାକ୍ତର ଓ ପ୍ରଫେସର ବୃନ୍ଦ ଯୋଗ ଦେଇ ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ ସଚେତନତା ନେଇ ଶିକ୍ଷା ଦେଇଥିଲେ, କାର୍ଯ୍ୟକ୍ରମରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ ଏବଂ ସହଯୋଗୀ ପ୍ରଫେସର ରୋଜାଲିନ ସାହୁ ଓ ପ୍ରଧାନ ଶିକ୍ଷକ ଶ୍ରୀ ଉମାକାନ୍ତ ସାମନ୍ତରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ