ଆମ ପୋଲିସ ସମିତି ପକ୍ଷରୁ ଓରାଳି ହାଇସ୍କୁଲ ରେ ବାଳିକାଙ୍କୁ ଯୌନ ନିର୍ଯ୍ୟାତନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ଆମ ପୋଲିସ ସମିତି ପକ୍ଷରୁ ଓରାଳି ଗୋପାଳ ଚନ୍ଦ୍ର ବାଳିକା ଉଚ୍ଚ ବିଦ୍ୟାଳୟରେ ବାଳିକା ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନା ରୋକିବା ଲାଗି କି କି ପଦକ୍ଷେପ ନିଆଯାଇ ପାରିବ ସେ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମ ପୋଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଆନନ୍ଦପୁର ଏସ.ଡି.ପି.ଓ ପ୍ରଶାନ୍ତ କୁମାର ବେହେରା, ଆଇ. ଆଇ. ସି ରବିନ୍ଦ୍ର କୁମାର ପାତ୍ର, ପ୍ରଧାନ ଶିକ୍ଷକ ଅନିଲ କୁମାର ସିଂ, ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ଆମ ପୁଲିସ ସଦସ୍ୟ କିଶୋର ଆଚାର୍ଯ୍ୟ, ବିରେନ୍ଦ୍ର କୁମାର ବିଶ୍ୱାଳ, ବାଳକୃଷ୍ଣ ବେହେରା, ଧୁଶାସନ ସାହୁ, ମନମୋହନ ବେହେରା, ପ୍ରସନ୍ନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଆନନ୍ଦପୁର ଏସ.ଡି.ପି.ଓ ପ୍ରଶାନ୍ତ କୁମାର ବେହେରା ଛାତ୍ରଛାତ୍ରୀ ମାନଙ୍କୁ ଯୋୖନ ଶୋଷଣରୁ କିପରି ମୁକ୍ତ ରଖା ଯାଇ ପାରିବ ସେ ନେଇ ବିସ୍ତୃତ ତଥ୍ୟ ଉପସ୍ଥାପନ କରି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସଚେତନ କରାଇଥିଲେ। ମୋବାଇଲ ର ଅପବ୍ୟବହାର କୁ ରୋକିବା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଯତ୍ନବାନ ହେବା ଜରୁରୀ ବୋଲି ଆମ ପୁଲିସ ସଦସ୍ୟ କିଶୋର ଆଚାର୍ଯ୍ୟ ମତବ୍ୟକ୍ତ କରିଥିଲେ। ଖାଲି ଗୋଟିଏ ସ୍କୁଲ ନୁଁହ ଥାନା ଅଂଚଳରେ ଥିବା ଅଧିକାଂଶ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଏପରି ସଚେତନତା କରାଯିବା ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ଅନିଲ କୁମାର ସିଂ ମତ ଦେଇଥିଲେ। ଛାତ୍ରୀଙ୍କୁ ଯୌନ ଶୋଷଣ ରୁ ରକ୍ଷା କରିବା ପାଇଁ ଥିବା ଆଇନିଗତ ଦିଗ ଗୁଡିକ ଉପରେ ଆଇନିଜୀବୀ ବାଳକୃଷ୍ଣ ବେହେରା ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ