ଏସାର ଷ୍ଟିଲ କମ୍ପାନୀ ପ୍ରତାରଣା ଅଭିଯୋଗ,ଗ୍ରାମବାସୀଙ୍କ ଅନଶନ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ବଡକାଳିମାଟି ଗ୍ରାମପଂଚାୟତରେ ଥିବା ଏସାର ଷ୍ଟିଲ କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ଥ ଜମିହରା ଓ ସ୍ଥାନୀୟ ଅଂଚଳବାସୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ବିଭିନ୍ନ ଦାବି ପୁରଣ କରିବା ପାଇଁ ଏସାର କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇ ପ୍ରତାରଣା କରାଯିବାରୁ ଜମିହରା ଗ୍ରାମବାସୀମାନେ ମଙ୍ଗଳବାର ପୂର୍ବାହ୍ନ ୧୦ ଘଟିକା ସମୟରୁ ଏସାର କମ୍ପାନୀର ୩ ନମ୍ବର ଗେଟ୍ ସମୁଖରେ ଆମରଣ ଅନଶନରେ ବସିଥିବା ଜଣାପଡିଛି । ପ୍ରାୟ ୨ହଜାରରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଓ ଜମିହରାଙ୍କୁ ନେଇ ଗଠିତ ବଡକାଳିମାଟି ଡେଭେଲପମନ୍ଟେ ସୋସାଇଟ୍ ର ସଦସ୍ୟାସଦସ୍ୟମାନେ ଏହି ଆମରଣ ଅନଶନରେ ବସିଥିବା , ସୋସାଇଟ୍ ର ସଭାପତି ବଳଭଦ୍ର ପାତ୍ର ସୂଚନା ଦେଇଛନ୍ତି । ଏସାର ଷ୍ଟିଲ କମ୍ପାନୀ ଦ୍ୱାରା କ୍ଷତିଗ୍ରସ୍ଥ ଜମିହରା ଓ ପ୍ରଭାବିତ ଗ୍ରାମବାସୀ ବିଭିନ୍ନ ଦାବି ଉପସ୍ଥାପନ କରି ଗତ ଜୁଲାଇ ୧୬ ତାରିଖରେ ଅନଶନରେ ବସିଥିଲେ । କମ୍ପାନୀ ପକ୍ଷରୁ ସେମାନଙ୍କର ସ୍ୱରକୁ ଚପାଇ ଦେବା ପାଇଁ ପ୍ରଶାସନର ସହାୟତାରେ ୧୪୪ ଧାରା ଲାଗୁ କରି ଅନଶନକାରୀଙ୍କୁ ଉଠାଇ ଦିଆଯାଇଥିଲା । ମାତ୍ର ସୋସାଇଟ୍ ର ସଦସ୍ୟାସଦସ୍ୟମାନେ କିଛି ଦିନ ରାଜରାସ୍ତା କଡରେ ଅନଶନରେ ବସିଥିଲେ । ପରେ ଗତ ଅଗଷ୍ଟ ୨୦ ତାରିଖରେ ଜମିହରା ଗ୍ରାମବାସୀମାନେ ଏସାର କମ୍ପାନୀ ସମୁଖରେ ଶାନ୍ତିପୂର୍ଣ୍ଣ ଆମରଣ ଅନଶନରେ ବସିବା ପରେ ଅକ୍ଟୋବର ୨୪ ତାରିଖରେ କମ୍ପାନୀ ପକ୍ଷରୁ ଦାବି ପୁରଣ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦିଆଯାଇଥିଲା । ଫଳରେ ଅନଶନକାରୀମାନେ ଅନଶନ ପ୍ରତ୍ୟାହୃତ କରିଥିଲେ । କିନ୍ତୁ, କମ୍ପାନୀ କର୍ତୁପକ୍ଷ ଦେଇଥିବା ପ୍ରତିଶ୍ରୁତି କୁ ଅଣଦେଖା କରିବାରୁ ଏବଂ ଜମିହରା ଗ୍ରାମବାସୀମାନେ ପ୍ରଶାସନର ଦ୍ୱାରସ୍ଥ ହୋଇ ନିରାଶ ହେବା ପରେ ବାଧ୍ୟ ହୋଇ ମଙ୍ଗଳବାରଠାରୁ ଆମରଣ ଅନଶନରେ ବସିଥିବା ସୋସାଇଟ୍ ର ସଭାପତି ବଳଭଦ୍ର ପାତ୍ର ଓ ଅନଶନରେ ବସିଥିବା ସଦସ୍ୟ ଅରବିନ୍ଦ ମହାକୁଡ, ଭୁବନେଶ୍ୱର ମହାକୁଡ, ସନାତନ ବାରିକ, ସତ୍ୟବ୍ରତ ପଲେଇ, ମୀନା ପାତ୍ର ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ