ଏକଦିବସୀୟ କ୍ରିକେଟ ପ୍ରତିଯୋଗିତା

ଭୁବନେଶ୍ୱର, : ରାଜଧାନୀ ପାଠାଗାର, ମଧୁସୂଦନ ନଗର ଏବଂ ସୋଲାର କ୍ଲବର ମିଳିତ ଉଦ୍ୟମରେ ଡ଼ିସେମ୍ବର ୨୮ ତାରିଖରେ ଅଂଶୁମାନ ଏକଦିବସୀୟ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତା ୟୁନିଟ୍‌-୪ ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ସକାଳ ୮ ଘଟିକାରେ ଉଦ୍‌ଘାଟନ ହେବ ।
ସମାଜରେ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ମହତ୍ୱକୁ ପୁନଃ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତାର ଅନ୍ତଃସ୍ୱର ରଖାଯାଇଛି । ବରିଷ୍ଠ ବ୍ୟକ୍ତିଙ୍କର ସମ୍ମାନ ଓ ସୁରକ୍ଷା ଆମ ପାଇଁ ଆମର ପରିଚୟ ଓ ପରୀକ୍ଷା । ଏହି ପ୍ରତିଯୋଗିତାରେ ଅଧିକରୁ ଅଧିକ ସ୍ଥାନୀୟ ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଦେବାର ଆୟୋଜନ କରାଯାଇଛି । ଏହି ପ୍ରତିଯୋଗିତାରେ ଆୟୋଜକ ସୋଲାର କ୍ଲବକୁ ମିଶାଇ ସହିଦ ନଗର, ମା ମଙ୍ଗଳା, ଟେନିସ୍ ଷ୍ଟାର, ଲାଲବାହାଦୂର, ଲାଇଫ୍ ଲାଇନ୍‌, ଆଇଆରସି, ବର୍ଣ୍ଣ ଉଇନ୍‌ସ ମୋଟ ଆଠଟି ଦଳ ଭାଗ ନେଉଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଏହି ପ୍ରତିଯୋଗିତାରେ ବିଭିନ୍ନ ସମୟରେ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ଆୟୋଜକଙ୍କ ତରଫରୁ ବଦ୍ରୀନାରାୟଣ ମିଶ୍ର ଅଧିକରୁ ଅଧିକ ଦର୍ଶକ ଉପସ୍ଥିତ ରହି ପାଠାଗାରର ଅନ୍ତଃସ୍ୱର ଏବଂ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବାକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ