ଜିଲ୍ଲା ବ୍ରାହ୍ମଣ ସମିତିର ଆସନ୍ତା ୩ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ
ବାଲେଶ୍ୱର, (ସରୋଜ ପଣ୍ଡା):ରବିବାର ଦିନ ଜିଲ୍ଲା ବ୍ରାହ୍ମଣ ସମିତି ପରିଚାଳନା ପରିଷଦର କାର୍ଯ୍ୟକାଳ ଶେଷ ହୋଇଥିବାରୁ ନୂତନ ପରିଷଦ ଗଠନ ପାଇଁ ନିର୍ବାଚନ ଦାମୋଦରପୁରସ୍ଥିତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର କାର୍ଯ୍ୟକାରୀସୀମା ଜିଲ୍ଲାର ସମସ୍ତ ବ୍ଲକ୍ ଓ ବାଲେଶ୍ୱର ପୌରପାଳିକାର ଆଜୀବନ ସଭ୍ୟଗଣ ଉକ୍ତ ନିର୍ବାଚନରେ ଅଂଶଗ୍ରହଣ କରି ନୂତନ ପରିଷଦ ଗଠନ ପାଇଁ କାର୍ଯ୍ୟକର୍ତ୍ତା, ସଦସ୍ୟ ଓ ଉପଦେଷ୍ଠାମାନଙ୍କୁ ସମିତିର ଉପବିଧି ମତେ ଆସନ୍ତା ୩ ବର୍ଷ ପାଇଁ ସର୍ବସମ୍ମତି ମତେ ମନୋନୀତ କରିଥିଲେ । ସମିତିର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ଗୌରାଙ୍ଗ ପାଣିଗ୍ରାହୀ ନିର୍ବାଚନ ପରିଚାଳନା କରିଥିଲେ । ଉକ୍ତ ନିର୍ବାଚନରେ ନିର୍ବାଚିତ ପ୍ରତିନିଧିମାନେ ହେଲେ –
ସର୍ବଶ୍ରୀ ଡା. ଶ୍ରୀଶ କୁମାର ଦାଶ ସଭାପତି, ଡ. କ୍ଷିତିଶ୍ୱର ଦାଶ କାର୍ଯ୍ୟକାରୀ ସଭାପତି, ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ, ଶକ୍ତିପଦ ପଣ୍ଡା, ଭୃଗୁରାମ କର, ଗୌରସାଧନ ମିଶ୍ର ଉପସଭାପତି, ଗୌରଚନ୍ଦ୍ର ଦାଶ ସାଧାରଣ ସଂପାଦକ, ସର୍ବେଶ୍ୱର ପତି, ନିରାକାର ଦାଶ, ଶାନ୍ତିସ୍ୱରୂପ ମିଶ୍ର, ଲୋକନାଥ ଧର ସହ ସଂପାଦକ, ସରୋଜ ନାରାୟଣ ଷଡ଼ଙ୍ଗୀ, ବୈଦ୍ୟନାଥ ଆଚାର୍ଯ୍ୟ, ବୁଦ୍ଧିରାମ ପାଣିଗ୍ରାହୀ, ପୁଣ୍ୟଶ୍ଳୋକ ନନ୍ଦ ସଂଗଠନ ସଂପାଦକ, ରମାକାନ୍ତ ଦିକ୍ଷୀତ୍ କୋଷାଦକ୍ଷ, ଚନ୍ଦ୍ରାଂଶୁ ବାନାର୍ଜୀ, ସାଂସ୍କୃତିକ ସଂପାଦକ, ପ୍ରଦୀପ୍ତ ମିଶ୍ର, ସହକାରୀ ସାଂସ୍କୃତିକ ସଂପାଦକ, ବଂଶୀଧର ପଣ୍ଡା ସଭାପତି ଯୁବବାହିନୀ, ଅଧ୍ୟାପିକା ଶ୍ରୀମତୀ ଅନିତା କର ସଭାନେତ୍ରୀ ଶକ୍ତିବାହିନୀ ପଦରେ ଏବଂ ଲକ୍ଷ୍ମୀକାନ୍ତ ନନ୍ଦ, ପ୍ରଦୀପ ମିଶ୍ର, କ୍ଷିତିଶ ଚନ୍ଦ୍ର ପଣ୍ଡା, ରବୀନ୍ଦ୍ର ପାଣିଗ୍ରାହୀ, ମୃତ୍ୟୁଞ୍ଜୟ ନନ୍ଦ, ସୁଶାନ୍ତ ପାଣିଗ୍ରାହୀ, ଧର୍ମବ୍ରତ ମିଶ୍ର, ଦୈତାରି ପାଢ଼ୀ, ଉପେନ୍ଦ୍ର କୁମାର ପଣ୍ଡା, ନିରଞ୍ଜନ ମହାପାତ୍ର, ରମାକାନ୍ତ ଶତପଥୀ, ଦୟାନିଧି ପତ୍ରୀ ଓ ବୀରେନ୍ଦ୍ର କୁମାର କର କାର୍ଯ୍ୟକାରୀ ସଦସ୍ୟ ପଦରେ ସମିତିକୁ ସର୍ବସମ୍ମତିମତେ ମନୋନୀତ ହୋଇଛନ୍ତି ।ପଣ୍ଡିତ ଲକ୍ଷ୍ମୀଧର ମହାପାତ୍ର, ଶୁଭଙ୍କର ମହାପାତ୍ର, ଗୌରାଙ୍ଗ ପାଣିଗ୍ରାହୀ, ବୀରକିଶୋର ପାଣିଗ୍ରାହୀ, ଭଗବାନ ଆଚାର୍ଯ୍ୟ, କମଳାକାନ୍ତ ତ୍ରିପାଠୀ, ବାସୁଦେବ ପଣ୍ଡା, ହରେକୃଷ୍ଣ ପଣ୍ଡା, ଡ. ଯଦୁନାଥ ମିଶ୍ର ଓ ଗିରିଶ ପାଣିଗ୍ରାହୀ ଉପଦେଷ୍ଠା ଭାବେ ଏବଂ ଅକ୍ଷୟ କୁମାର ତ୍ରିପାଠୀ ହିସାବ ରକ୍ଷକ ଭାବେ ମନୋନୀତ ହୋଇଛନ୍ତି । ଶେଷରେ ଗୌରସାଧନ ମିଶ୍ର ଧନ୍ୟବାଦ ଦେଇଥିଲେ ।


