ବିଜେଡ଼ିର ମଦ ମଧୁଚନ୍ଦ୍ରିକା ବିରୁଦ୍ଧରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

ବାଲେଶ୍ଵର, (ସରୋଜ ପଣ୍ଡା):ଆଜି ଭାରତୀୟ ଜନତା ପାର୍ଟିର ପକ୍ଷରୁ ବାଲେଶ୍ଵର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଜେଡ଼ିର ମଦ ମଧୁଚନ୍ଦ୍ରିକା ବିରୁଦ୍ଧରେ ବିକ୍ଷୋଭ ସମାବେଶ ଓ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ନେତୃତ୍ବରେ ଏହି ବିକ୍ଷୋଭ ସମାବେଶରେ ରାଜ୍ୟ ନେତୃତ୍ୱ ଠାରୁ ଆରମ୍ଭ କରି ସମସ୍ତ ବିଧାନସଭା ସ୍ତରରୁ ନେତୃତ୍ବ ଓ ପଦାଧିକାରୀ ଅଂଶଗ୍ରହଣ କରିଥିଲେ। ବକ୍ତା ଭାବେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ ପ୍ରବକ୍ତା ଠାକୁର ରଣଜିତ ଦାସ, ପୁର୍ବତ୍ତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ରାଜ୍ୟ ମହିଳା ନେତ୍ରୀ ସୁଷମା ବିଶ୍ବାଳ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଇଶ୍ଵର ଚନ୍ଦ୍ର ବେହେରା, ପ୍ରଦୀପ ପଣ୍ଡା, ସତ୍ୟଜିତ ମିଶ୍ର, ଫାଲ଼ଗୁନୀ ପାଣିଗ୍ରାହୀ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ପ୍ରବୀର ପ୍ରଧାନ, ମମତା ମହାପାତ୍ର, ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସମ୍ପାଦକ ବିଜୟ ସାହୁ, ବିଭୁପଦ ଦାସ, ପିଙ୍କି ପ୍ରଧାନ, କମଳା ବିନ୍ଧାଣି, କମଳଲୋଚନ ଦାସ ପ୍ରମୁଖ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ, ବକ୍ତା ମାନେ ତାଙ୍କ ବ୍ଯକ୍ତବ୍ଯରେ କେନ୍ଦ୍ର ଆୟକର ଚଢ଼ାଉରେ ବଲାଙ୍ଗୀର ଠାରୁ ଆରମ୍ଭ କରି ସମ୍ବଲପୁର, ଝାଡ଼ଖଣ୍ଡ ଓ କଲିକତାରେ ଯେଉଁ ନଗଦ ଟଙ୍କା ଉଦ୍ଧାର ହେଉଛି ତାହା ପାଖାପାଖି ୫୦୦ କୋଟି ହେବ, ଏହି ଟଙ୍କା ଝାଡ଼ଖଣ୍ଡ ନିବାସୀ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ମଦ କାରଖାନାରୁ ଜବତ୍ ହୋଇଥିଲେ ହେଁ ଏହି ଟଙ୍କା ଓ ଧୀରଜ ସାହୁଙ୍କ ଦୁର୍ନୀତି ପଛରେ ଓଡ଼ିଶାର ଶାସକ ବିଜେଡ଼ି ଦଳର ପ୍ରଚ୍ଛନ୍ନ ହାତ ରହିଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ବିନା ଶାସନତନ୍ତ୍ରର ସାହାଯ୍ୟ ଓ ବିଜେଡ଼ିର ସାହାଯ୍ୟରେ ଏହି ଅନୈତିକ କାର୍ଯ୍ୟ କରିବା ସମ୍ଭବପର ନୁହେଁ। ଏହି ଟଙ୍କାକୁ ଆଗାମୀ ନିର୍ବାଚନରେ ଖର୍ଚ୍ଚ କରିବା ଉଦ୍ଧେଶ୍ୟରେ ରଖାଯାଇଥିଲା ବୋଲି ବିଜେପି ନେତୃତ୍ଵ କହିଛନ୍ତି। ରାଜ୍ଯ ସରକାରଙ୍କ ମଧୁଚନ୍ଦ୍ରିକା ପାଇଁ ଅସାଧୁ ବ୍ୟବସାୟୀମାନେ, ମଦମାଫିଆ ମାନେ ଜନସାଧାରଣଙ୍କ ଲୁଟିବାରେ ଲାଗିଛନ୍ତି। ବିଜେଡ଼ିର ଅନେକ ପ୍ରଭାବଶାଳୀ ମନ୍ତ୍ରୀ ଓ ନେତା ବିଧାୟକମାନେ ମଦମାଫିଆ ଧୀରଜ ସାହୁଙ୍କ ଠାରୁ ନିୟମିତ ଟଙ୍କା ଓ ଉପହାର ନେଇ ତାଙ୍କ ନିଷ୍କଟଙ୍କ ସାମ୍ରାଜ୍ୟ ବଢ଼ାଇବା ପାଇଁ ସାହାଯ୍ୟ କରୁଥିଲେ। କେବଳ ମଦମାଫିଆଙ୍କ ସହିତ ମଧୁଚନ୍ଦ୍ରିକା ନୁହେଁ ରାଜ୍ୟରେ ସର୍ବତ୍ର ଚାଲିଛି ଦୁର୍ନୀତିର ଶାସନ। ସରକାର ଭିଜିଲାନ୍ସ ମାଧ୍ୟମରେ ଲୋକମାନଙ୍କୁ ଭ୍ରମିତ କରିବା ପାଇଁ କେରାଣ୍ଡି ଦଣ୍ଡକିରା ଧରୁଥିବା ବେଳେ ବଡ଼ ବଡ଼ ବାଳିଆ ଶେଉଳ ଆରାମରେ ବୁଲୁଛନ୍ତି।  ଏହାପରେ କଂଗ୍ରେସର ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ପ୍ରତିବାଦ ସଭାରେ ଜିଲ୍ଲା ବିଜେପି ପକ୍ଷରୁ ଆଗାମୀ ଦିନରେ ଆହୁରି ତୀବ୍ର ଆନ୍ଦୋଳନ ହେବବୋଲି ସ୍ପଷ୍ଟ କରାଯାଇଛି। ଆଜିର ସଭାକାର୍ଯ୍ୟରେ ରବୀନ୍ଦ୍ର ଜୈନ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, କ୍ରିଷ୍ଣା ଶାହା, ବିପିନ୍ ମାରାଣ୍ଡି, ବିଜୟ ପାଣିଗ୍ରାହୀ, ଶିପ୍ରାରେଖା ମହାପାତ୍ର, ସସ୍ମିତା ଚାନ୍ଦ, ତାଳତୀ ବେହେରା, ଯୋଗେନ ଚନ୍ଦ୍ର ୟଣା, ରବୀନ୍ଦ୍ର ଜେନି, ମୃତ୍ୟୁଞ୍ଜୟ ଜେନା, ଜେକେ ପୁହାଣ, ନାରାୟଣ ମହନ୍ତ, ଖଗେନ୍ଦ୍ର ନାୟକ, ପରମାନନ୍ଦ ମହାପାତ୍ର, ଅନୀଲ ସାହୁ ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ