ସରସ୍ଵତୀଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ କ୍ରୀଡାଙ୍ଗନରେ ୨ ଦିନ ଧରି ଚାଲିଥିବା ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୭ତମ ବାର୍ଷିକ କ୍ରୀଡ଼ା ଉଦଯାପିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଫିଜିକାଲ ଏକାଡେମିର ପ୍ରତିଷ୍ଠାତା, କୋଚ ତଥା ଅବସର ପ୍ରାପ୍ତ ହାବିଲଦାର ସିମାଞ୍ଚଳ ବାରିକ ଯୋଗ ଦେଇ ଶିଶୁ ମାନଂକୁ ଉତ୍ସାହିତ କରିବା ସହ ଶିଶୁମାନଙ୍କୁ ସୁନ୍ଦର ଓ ସୁସ୍ଥ ରହିବାର ମାର୍ଗ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ସଭାପତିତ୍ଵ କରିଥିଲେ । ପ୍ରଧାନଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିଲେ । ଉପସଭାପତି ଗୀତା ପାଢୀ, ସମାଜସେବୀ କେ .ଚନ୍ଦ୍ରଶେଖର ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ । କ୍ରୀଡା ଆଚାର୍ଯ୍ୟ ସୁକାନ୍ତ କୁମାର ସାହୁ ବାର୍ଷିକ କ୍ରୀଡାର ବୃତ୍ତ ପଠନ କରିଥିଲେ । ପ୍ରାପ୍ତ ସୂଚନା ଅନୁସାରେ ଶିଶୁ ,ବାଲ ଓ କିଶୋର ବର୍ଗ ଖେଳଗୁଡ଼ିକ ମଧ୍ଯରେ୧୦୦ମି,୨୦୦ମିଟର,୪୦୦ମି,୬୦୦ମି,୧୫୦୦ମି, ୩୦୦୦ମି, ଉଚ୍ଚ ଡିଆଁ,ଲମ୍ବ ଡିଆଁ,ଗୋଳାଫିଙ୍ଗା,ଥାଳିଆ ଫିଙ୍ଗା,ଓ ବର୍ଛାଫିଙ୍ଗା ଆଦି ଖେଳରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶିଶୁ ମାନେ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ସଙ୍କୁଳସ୍ତରୀୟ ବାର୍ଷିକ କ୍ରୀଡାରେ ଭାଗ ନେବେ । ଏଥିରେ ଶାରୀରିକ ପ୍ରମୁଖ ଚତୁର୍ଭୁଜ ତ୍ରିପାଠୀ, ସ୍ଥାନୀୟ ମହିଳା ମହାବିଦ୍ୟାଳୟର କ୍ରୀଡା ଅଧାପକ ସନ୍ତୋଷ କୁମାର ବିଷେୟୀ, ସମସ୍ତ ଅଭିଭାବକ ଓ ଅଭିଭାବିକା, ଗୁରୁଜୀଗୁରୁମା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ