ହାଟଡ଼ିହି କଲେଜରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଟଡ଼ିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ ମୁଖ୍ୟ ଅତିଥି ଭାବେ ପ୍ରମୁଖ ଯୋଗଦେଇ ସାମାଜିକ ସେବା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଏହି ଅବସରରେକଲେଜ ଛାତ୍ରଛାତ୍ରୀମାନେ ହାଟଡ଼ିହି, ଜଳକଳଙ୍ଗ ପ୍ରଭୃତି ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ଦ୍ୱାରା ହେଉଥିବା ପରିବେଶ ପ୍ରଦ୍ୟୁଶିତ ସମ୍ପର୍କରେ ବୁଝାଇବା ସହିତ ପ୍ଲାଷ୍ଟିକ ବର୍ଜନ କରିବାକୁ ସଚେତନ କରିଥିଲେ। ପରେ ତହସିଲ କାର୍ଯ୍ୟାଳୟ ଓ ପଞ୍ଚାୟତ ଅଫିସ ପରିସରକୁ ପରିଷ୍କାର ପରିଚ୍ଛନ୍ନ କରି ପରିବେଶ ସୁସ୍ଥ ରହିଲେ ମାନବ ଜୀବନ ସୁସ୍ଥ ରହିବ ବୋଲି ସଚେତନ କରାଇଥିଲେ। ନୋଡାଲ ଅଫିସର ପ୍ରାଧ୍ୟାପକ ବିଜୟ କୁମାର ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅଧ୍ୟାପକ ଅଜୟ କୁମାର ଦାସ, ଗୌରାଙ୍ଗ ଚରଣ ନାୟକ, ବିଶ୍ୱରଂଜନ ଜେନା, ଖେଳ ଶିକ୍ଷକ ଅବିନାଶ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀଙ୍କ ସମେତ ପାଞ୍ଚ ଶହରୁ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।