ହାଟଡ଼ିହି ଉପଡ଼ାକଘର ସମ୍ମୁଖରେ ଗ୍ରାମୀଣ ଡାକ ବିଭାଗ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଜିଠାରୁ ଗ୍ରାମୀଣ ଡାକ ବିଭାଗ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ ଆରମ୍ଭ ହୋଇଛି। ଏଥିରେ ହାଟଡ଼ିହି ଉପ ଡାକଘର ଅଧୀନରେ ଥିବା ହାଟଡ଼ିହି, ବଡ଼ରମ୍ପାସ, ଛେନାପଦି,ଇଞ୍ଚୋଳ, ମରେଇଗାଁ ,ଓରାଳି ଶାଖା ଡାକଘରର ସମସ୍ତ କର୍ମଚାରୀ ମାନେ ଏହି ଧର୍ମଘଟ ରେ ସାମିଲ ହୋଇଛନ୍ତି। କେନ୍ଦ୍ର ସରକାର ସେମାନଙ୍କ ନ୍ୟାର୍ଯ୍ୟ ଦାବି ଗୁଡିକ ପୁରାଣ କରୁ ନଥିବାରୁ ଧର୍ମଘଟ କରୁଥିବା ଆନ୍ଦୋଳନ କରି କର୍ମଚାରୀ ମାନେ କହିଛନ୍ତି। ଏହି ଆନ୍ଦୋଳନରେ ସତ୍ୟାନନ୍ଦ ଜେନା, ସଂନ୍ତୋଷ କୁମାର ମଲ୍ଲିକ, ଜିତେନ୍ଦ୍ର ମହାନ୍ତି, ଯଶୋବନ୍ତ ଟୁଡୁ, ସ୍ୱାଧୀନ କୁମାର ରାଉତ, ମାଗୁଣି ଚରଣ ଯେନା, ସୁସ୍ମିତା ପ୍ରିୟଦର୍ଶିନୀ ଜେନା, ଲାଲମୃତ୍ୟୁଞ୍ଜୟ ପଣ୍ଡା, ଅର୍ଜୁନ ଚରଣ ଓଝା, ଦାମୋଦର ଜେନା, ଅଜୟ କୁମାର ଯେନା, ପୂର୍ଣ୍ଣ ଚନ୍ଦ୍ର ନାୟକ, ଦେବାଶିଷ ରାଉତ ପ୍ରମୁଖ ସାମିଲ ହୋଇଛନ୍ତି। ଫଳରେ ଆଜି ସମଗ୍ର ବ୍ଲକ ରେ ଡାକସେବା ବ୍ୟାହତ ହୋଇପଡିଛି।


