ଅଲ୍ ଓଡ଼ିଶା ଓବିସି ଫେଡ଼େରେସନର ଦ୍ୱିତୀୟ ଅଧିବେଶନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଲ୍ ଓଡ଼ିଶା ଓବିସି ଫେଡ଼େରେସନ ତରଫରୁ ଦ୍ୱିତୀୟ ଅଧିବେଶନ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନସ୍ଥିତ ବୁଲନ ଭାଇ ସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟ ଅତିଥି, ଅବସରପ୍ରାପ୍ତ କୁଳପତି କୁମରବର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିବା ସହିତ ଆବାହକ ତଥା ନୂତନ କମିଟିର ସଭାପତି ଅନାଦି ସାହୁଙ୍କ ପିତା ଗନ୍ଧର୍ବ ଚରଣ ସାହୁଙ୍କ ସ୍ୱର୍ଗାବାସ ନିମନ୍ତେ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଜଗଦୀଶ ଯାଦବଙ୍କ ପ୍ରାରମ୍ଭିକ ବକ୍ତବ୍ୟ ପରେ କେଦାରନାଥ ଦାସଙ୍କ ବକ୍ତବ୍ୟ ପରେ ବରିଷ୍ଠ ସାମ୍ବାଦିକ ରବି ଦାସଙ୍କ ଅନୁମୋଦନ କଅମେ ଅଲ ଓଡ଼ିଶା ଓବିସି ଫେଡ଼େରେସନର ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇ ପଞ୍ଜିକୃତ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ସାମ୍ବାଦିକ ରବି ଦାସ, ଅବସରପ୍ରାପ୍ତ କୁଳପତି କୁମରବର ଦାସ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରମେଶ ବେହେରା, ନାରାୟଣ ଡାଳୁଆ, ଜଗଦୀଶ ଯାଦବ, କେଦାରନାଥ ଦାସ, ଉତ୍ତମ ଦାସଙ୍କୁ ମନୋନୀତ କରାଯାଇଥିବା ବେଳେ ସଭାପତିି ଭାବେ ଅନାଦି ଚରଣ ସାହୁ, କାର୍ଯ୍ୟକାରୀ ସଭାପତି ଭାବେ ଚିତ୍ତରଞ୍ଜନ କଂସ, ସାଧାରଣ ସମ୍ପାଦକ ଭାବେ କିଶୋର ସୂତାର, ଟଙ୍କଧର ଦାସ, ପ୍ରତାପ ବାରିକଙ୍କୁ ମନୋନୀତ କରାଯାଇଛି । ଉପସଭାପତି ଭାବେ କୃଷ୍ଣ ପାତ୍ର, ଶଙ୍କର ପାତ୍ର, ଗୋପବନ୍ଧୁ ମହନ୍ତ, ମହେନ୍ଦ୍ର କାୟସ୍ତ, ମନୋଜ ଦାସଙ୍କୁ ମନୋନୀତ କରାଯାଇଛି । ସେହିପରି ସମ୍ପାଦକ ଭାବେ ମନୋଜ ହାତୀ, ପରମେଶ୍ୱର ପାତ୍ର, ସ୍ୱର୍ଣ୍ଣଲତା ବେହେରା, ଦୀପକ ଗୌଡ଼, ଦେବଦାସ ମହାକୁଡ଼, ଉପେନ୍ଦ୍ର ମହାକୁଡ଼ଙ୍କୁ ମନୋନୀତ କରାଯାଇଛି । କୋଷାଧ୍ୟକ୍ଷ ଭାବେ ମାନସ ରଞ୍ଜନ ଦାସ, ସହ କୋଷାଧ୍ୟକ୍ଷ ଭାବେ ସବ୍ୟସାଚୀ ମହଲା, ଯୁବ ସଭାପତି ଭାବେ ନାରାୟଣ ବେହେରା, ସୋସିଆଲ ମିଡ଼ିଆର ଦାୟିତ୍ୱ ସୁରଜ ମଲ୍ କୁମାର ଯାଦବଙ୍କୁ ନ୍ୟସ୍ତ କରାଯାଇଛି । ଏହା ସହିତ ଓବିସି ସମାଜର ହକ୍ ଏବଂ ଅଧିକାର ହାସଲ ପାଇଁ ନବଗଠିତ କମିଟି ସଭାଗୃହରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ଶପଥ କରିଥିଲେ ।


