ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମରେ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।ଆକ୍ରମଣ ରେ ଆହାତ ଯୁବକ ଜଣକ ହେଲେ ଗ୍ରାମର ଜିତୁ ପଣ୍ଡା।ଜିତୁ ତାଙ୍କ ଘର ପାଖରେ ଠିଆ ହୋଇଥିବା ବେଳେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଜିତୁ ଏତଲା ଦେବା ପରେ ବୁଧବାର ଦିଗପହଣ୍ଡି ଥାନା ମାମଲା ନଂ.୪୮୮/୨୩ ଦଫା – ୩୪୨/୨୯୪/୩୨୩/୩୨୪/୩୭୯/୫୦୬/୩୪ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ପୋଲିସ ତଦନ୍ତ ଚଳାଇଛନ୍ତି।