ଅବସରପ୍ରାପ୍ତ ପୋଷ୍ଟ୍ ମାଷ୍ଟର୍ ଙ୍କ ଦ୍ୱାଦଶାହ ସ୍ମୃତି ସଭା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବୁଧବାର ଦିନ ଅବସରପ୍ରାପ୍ତ ସ୍ଵର୍ଗତ ପୋଷ୍ଟ୍ ମାଷ୍ଟର୍ ସ୍ଵର୍ଗତ ସନ୍ନ୍ୟାସୀ ଗୌଡ଼ଙ୍କ ଦ୍ୱାଦଶାହ ସ୍ମୃତି ସଭା ପାଳିତ ହୋଇଯାଇଛି I ଏହି ସ୍ମୃତି ସଭାରେ ବେଣାପାଟ ପୋଷ୍ଟ ମାଷ୍ଟର୍ ବର୍ଷାରାଣୀ ସୁବୁଦ୍ଧି,ସବ୍ ପୋଷ୍ଟ୍ ମାଷ୍ଟର୍ ସୁବ୍ରତ ପାତ୍ର,ଇନ୍ସପେକ୍ଟର୍ ଅନୂପ ପାଣିଗ୍ରାହୀ, ବଂଶୀଧର ଗୌଡ଼, ଶରତଚନ୍ଦ୍ର ମହାନ୍ତିଙ୍କ ସମେତ କମାଗଡ଼ ସବ୍ଡିଭିଜନ୍ ର କେନ୍ଦୁପଦର,ମୁନିଗାଡ଼ି,ବେଣାପାଟ,ନିମିନା ଉପଶାଖା ଡାକଘରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସ୍ଵର୍ଗତ ସନ୍ନ୍ୟାସୀ ଗୌଡ଼ଙ୍କ ସ୍ମୃତି ଚାରଣ କରି ଗଭୀର ଶୋକ ବ୍ୟକ୍ତ କରିବା ସହିତ ସନ୍ୟାସୀଙ୍କ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଥିଲେ I ସ୍ଵର୍ଗତ ସନ୍ନ୍ୟାସୀ ନଣ୍ଡାଜୁଆଳି ଉପଶାଖା ଡ଼ାକଘରୁ ପୋଷ୍ଟ୍ ମାଷ୍ଟର୍ ଭାବେ ଅବସରର ଗ୍ରହଣ କରିଥିଲେ I ଗତ ଡିସେମ୍ବର୍ ଏକ ତାରିଖରେ ତାଙ୍କ ଗ୍ରାମ ନଣ୍ଡାଜୁଆଳିରେ ସେ 69 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ