୪୩ ଗ୍ରାମ ବ୍ରାଉନ ସୁଗାର ଜବତ ଯୁବକ ଗିରଫ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ ର ପାଣିଛତ୍ର ଛକ ଉପରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରି ଜଣେ ଯୁବକ ଙ୍କ ଠାରୁ ୪୩ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ। ଗିରଫ ଯୁବକ ଙ୍କ ନାମ ଚିନ୍ମୟ ସାହୁ (୩୦) । ଏ ସଂକ୍ରାନ୍ତ ରେ କୋଣାର୍କ ଅବକାରୀ ଥାନା ରେ ଏକ ମାମଲା ରୁଜ୍ଜୁ ହୋଇଛି। କେଶ ନଂ ୧୨୫/୨୩। ଗିରଫ ଯୁବକ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପ-କାରାଗାର କୁ ପଠାଇଦିଆଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ୪ ଲକ୍ଷ ୩୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି।ଏହି ଚଢ଼ାଉରେ ଅବକାରୀ ଏ ଏସ ଆଇ ଲୋକନାଥ ପାତ୍ର, ସେକ ୱାରିସ,ତପନ ପ୍ରଧାନ, ସ୍ଵାଗତିକା ଘଡେଇ, ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ସାମିଲ ଥିଲେ।