ସର୍ବ ଭାରତୀୟ ସ୍ତରରେ ସୌମ୍ୟ ଙ୍କ ସଫଳତା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଖେଲାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସପ୍ତମ ଶ୍ରେଣୀ ଛାତ୍ର ସାଇ ସୌମ୍ୟ ରଂଜନ ମୁଦୁଲି ସର୍ବ ଭାରତୀୟ ସ୍ତରରେ ସଫଳତା ପାଇ ଏହି ଅଞ୍ଚଳ ର ଗୌରବ ବଢାଇଛନ୍ତି।ସୌମ୍ୟ ସର୍ବ ଭାରତୀୟ ସ୍ତରରେ ଅନୁଷ୍ଠିତ ମୃତ୍ତିକା କଳା ପ୍ରତିଯୋଗିତା ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ର ଆନୁକୁଲ୍ୟରେ ଉତ୍ତରପ୍ରଦେଶ ମଥୁରା ସ୍ଥିତ ଶ୍ରୀ ଜୀ ବାବା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ପାଇଁ ପ୍ରତିନିଧିତ୍ଵ କରୁଥିବା ସୌମ୍ୟ ପ୍ରତିଯୋଗୀତା ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଥାନୀୟ ଶିଶୁ କଲ୍ୟାଣ ମନ୍ତ୍ରୀ ଡଃ. ଦେବେନ୍ଦ୍ର ଶର୍ମା ଓ ବିଧାୟକ ରାଜେଶ ଚୌଧୁରୀ ଙ୍କ ଦ୍ଵାରା ପୁରସ୍କୃତ ହୋଇ ନିଜ ସ୍କୁଲ ଓ ସାରା ରାଜ୍ୟ ପାଇଁ ଗୌରବ ଆଣି ଛନ୍ତି। ସୌମ୍ୟରଞ୍ଜନ ବଳଙ୍ଗା ଥାନା
ମାଣ୍ଡିଆକୁଦ ଗ୍ରାମ ର ଦେବଦତ୍ତ ଓ ମମତା ମୁଦୁଲି ଙ୍କ ଏକ ମାତ୍ର ପୁତ୍ର ଓ ଶ୍ରୀ ରାମ ମୁଦୁଲି ଙ୍କ ପୌତ୍ର ଅଟନ୍ତି। ତାଙ୍କ ର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ