ବିଶ୍ୱତାରିଣୀ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ ଓ ଯୁବଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଛେନାପଦି ଛକ ସ୍ଥିତ ବିଶ୍ୱତାରିଣୀ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ନୂଆ ଓ ଯୁବ ଓଡିଶା ନଦୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି ।କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପହି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ହାଟଡ଼ିହି ବ୍ଲକର ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ହାଟଡ଼ିହି କଲେଜର ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ବ୍ଲକଅଧ୍ୟକ୍ଷା ସାବିତ୍ରୀ ସେଠୀ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମିତା ସ୍ୱାଇଁ, ପ୍ରଧାନଶିକ୍ଷକ ଶିଶିର କୁମାର କର, ନୋଡାଲ ଅଫିସର ଅଭିରାମ ସାହୁ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଏକ ନୂଆ ବାର୍ତା ବହନ କରି ଛାତ୍ରୀମାନଙ୍କ ମଧ୍ୟରେ ରହିଥ‌ିବା ଲୁକ୍କାୟିତ ପ୍ରତିଭା ଓ ଦକ୍ଷଚାର ବିକାଶ ପ୍ରତିପାଦନ କରିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ପ୍ରତିଦ୍ବନ୍ଦୀ ନଥିଲେ ପ୍ରତିଦ୍ବନ୍ଦିତା ହୋଇ ପାରେନା। ତେଣୁ ଛାତ୍ରୀମାନେ ପୁରସ୍କାର ପ୍ରତି ଗୁରୁତ୍ୱ ନଦେଇ ପ୍ରତିଦ୍ବନ୍ଦିତା ରେ ଭାଗ ନେବାକୁ ବିଡ଼ିଓ ଆହ୍ୱାନ ଦେଇଥିଲେ। ବ୍ୟଙ୍ଗକବି ସୁବାସ ପାତ୍ର ମଞ୍ଚ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡା, ସାଂସ୍କୃତିକ, ସାମାଜିକ ସେବା ଓ ସଚେତନତା କାର୍ଯ୍ୟକ୍ରମ ଆଦି ହାତକୁ ନିଆଯାଇଛି । ଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କର ବକ୍ଷତା ବୃଦ୍ଧି କରିବାରେ ବେଶ ସହାୟକ ହେବ ବୋଲି ଅତିଥୁମାନେ ମତବ୍ୟକ୍ତ କରିଥିଲେ । ଆଜି ଉଦଘାଟନୀ ଦିବସ ଅବସରରେ ଛାତ୍ରୀମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିଥିଲେ। ପ୍ରାରମ୍ଭରେ ଛାତ୍ରୀମାନେ ଏକ ପଟୁଆର ରେ ମା ବିଶ୍ଵତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ମଶାଲ ଶୋଭାଯାତ୍ରାରେ କଲେଜ ନିକଟକୁ ଆସିଥିଲେ। ଅଧ୍ୟାପକ ଭକ୍ତ ଶେଖର ସ୍ୱାଇଁ, ନିରଞ୍ଜନ ଜେନା, ବେଦମତୀ ନାୟକ, ଝରଣା ବରାଳ, ହିମାରାଣୀ ଓଝା, ସାଇ ଜ୍ୟୋତ୍ସନା ଦାସ, ପୂର୍ଣ୍ଣିମା ଦାସ, କିରାଣି ମଧୁସୂଦନ ପାଢ଼ୀ, ସଂଯୁକ୍ତା ଲେଙ୍କା, କର୍ମଚାରୀ ଦେବେନ୍ଦ୍ର ସା, ମଦନ ମୋହନ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ