ସ୍ଵାମୀ ପରିତ୍ୟକ୍ତା ଅସହାୟ ମହିଳା ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବିରିକୋଟ ଗ୍ରାମରୁ ଜଣେ ସ୍ଵାମୀ ପରିତ୍ୟକ୍ତା ଅସହାୟ ମହିଳାଙ୍କୁ ଉଦ୍ଧାର କରିଛନ୍ତି ମୋହ‌ନା ଏକତା ସ୍ୱେଛାସେବୀ ସ୍ଵଛାସେବୀ ଅନୁଷ୍ଠାନର ସଦସ୍ୟ । ବିରିକୋଟ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ମହିଳା ଜଣକ ଆଶ୍ରୟ ନେଇଥିବା ବେଳେ ଖବର ପାଇ ଏକତା ଅନୁଷ୍ଠାନର କାଉଁସିଲର ପ୍ୟାରୀ କୁଜୁର୍, ସଦସ୍ୟ ରୋଜାଲିନ ପଟ୍ଟନାୟକ ଏବଂ ଅନିତା ନାୟକ ବିରିକୋଟରୁ ଉଦ୍ଧାର କରି ମୋହନା ଆଣିଥିଲେ । ଉଦ୍ଧାର ମହିଳା ମୋହ‌ନା ଥାନା ଝରଣପୁରଗ୍ରାମର ଟୁକୁନା କମାରଙ୍କ ଝିଅ ବୋଲି ଜଣାପଡିଛି । ଗତ କିଛିମାସ ତଳେ ପ୍ରେମ କରି ଯୁବତୀ ଜଣକ ଅଡବା ଥାନା ଗୁଲୁବା ପଞ୍ଚାୟତ ଲୁଦିଗୁଡା ଗ୍ରାମର | ଭୂୟାଁ ଗମାଙ୍ଗ ନାମକ ଜଣେ ଯୁବକ ସହିତ ଚାଲିଯାଇ ଲୁଦିଗୁଡା ଗ୍ରାମରେ ରହିଥିଲେ କିନ୍ତୁ ସେଠାରେ ଯୁବକ ଜଣକ ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇଥୁବା ଯୁବତୀ ଜଣକ ଏକତା ଅନୁଷ୍ଠାନର ସଦସ୍ୟ ମାନଙ୍କ ନିକଟରେ କହିଛନ୍ତି । ବାଧ୍ଯ ହୋଇ ଯୁବତୀ ଜଣକ ସ୍ଵାମୀ ଘର ଛାଡି ଶୁକ୍ରବାର ବିରିକୋଟ ଗ୍ରାମରେ ପହଞ୍ଚିଥିଲେ ଏବଂ ସେଠାରେ ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିଲେ । ବର୍ତ୍ତମାନ ମୋହନା ଶ୍ରଦ୍ଧା ଗୃହରେ ମହିଳା ଜଣକ ଅଛନ୍ତି । ସେ ସାବାଳିକା ନା ନାବାଳିକା ଜଣା ପଡିବା ପରେ ଆଇନ ଅନୁଯାୟୀ ଅଭିଯୁକ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋହନା ସମନ୍ବିତ ଶିଶୁ ବିକାଶ ଅଧୂକାରିଣୀ ମମତା ମଳିକ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ