ସାର୍ଥାରେ ମୋଦି ସରକାରଙ୍କ ଗ୍ୟାରେଣ୍ଟି ରଥ, ବିକଶିତ ଭାରତ ସଂକଳ୍ପ ଯାତ୍ରାର କାର୍ଯ୍ଯକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଅପରାହ୍ନ ୪ଟା ସମୟରେ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାର୍ଥା ଗ୍ରାମରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମୋଦି ସରକାରଙ୍କ ଗ୍ୟାରେଣ୍ଟି ରଥ, ବିକଶିତ ଭାରତ ସଂକଳ୍ପ ଯାତ୍ରାର କାର୍ଯ୍ଯକ୍ରମ ଆୟୋଜିତ ହୋଇଯାଇଛି। କାର୍ଯ୍ଯକ୍ରମରେ କେନ୍ଦ୍ରୀୟ ଲୋକାଭିମୁଖୀ ଯୋଜନା ବିଷୟରେ ଉପସ୍ଥିତ ଶତାଧିକ ଗ୍ରାମବାସୀଙ୍କୁ ସଂକ୍ରୀର୍ତନ ମଣ୍ଡଳୀ ମାଧ୍ୟମରେ ଗୀତ ଗାଇ ବୁଝାଇଥିଲେ। ଏହାପରେ ଭାରତୀୟ ଡ଼ାକ ବିଭାଗର ଅଧିକାରୀ କେନ୍ଦ୍ରୀୟ ଡାକଘର ମାଧ୍ୟମରେ ଗ୍ରାମବାସୀଙ୍କ ପାଇଁ ଉପାଦେୟତା ବିଷୟରେ ଅବଗତ କରାଇଥିଲେ।କାର୍ଯ୍ଯକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ବାର୍ତ୍ତାଳାପର ପ୍ରସାରଣ କରାଯାଇଥିଲା। ଏହାପରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ସଭାରେ ଶତାଧିକ ମହିଳାଙ୍କ ଉପସ୍ଥିତକୁ ଭୂୟସୀ ପ୍ରଶଂସା କରିଥିଲେ। ସେ ଆହୁରି କହିଥିଲେ ମହିଳାମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ବହୁବିଧ ଯୋଜନା ପ୍ରସ୍ତୁତ କରି ମହିଳା ସଶକ୍ତିକରଣ କରିଛନ୍ତି। ମହିଳା ମାନେ ସଶକ୍ତ ଦେଶ ଉନ୍ନତି ହେଇପାରିବ। ପ୍ରଧାନମନ୍ତ୍ରୀଙ୍କ ବିଶ୍ୱକର୍ମା ଯୋଜନା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ।ମୋଦି ସରକାରଙ୍କ ଗ୍ୟାରେଣ୍ଟି ଭାବେ ପ୍ରତି ମାସରେ ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ରାସନ ବଣ୍ଟନ, ୪କୋଟିରୁ ଉର୍ଦ୍ଧ୍ବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ୧୧ କୋଟିରୁ ଉର୍ଦ୍ଧ୍ବ ଚାଷୀଙ୍କୁ ୨.୬ ଲକ୍ଷ କୋଟି ଟଙ୍କାର ସହାୟତା, ୫୫ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ପ୍ରତିବର୍ଷ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ବିଷୟରେ କହିଥିଲେ।ଦଳିୟ ପ୍ରିୟା ପ୍ରତି ଓ ହାତଗୁଞ୍ଜା ନ’ଦେଇପାରି ସରକାରୀ ଯୋଜନାରୁ ବଞ୍ଚିତ ଥିବା ପ୍ରାୟ ୨୭୦ ପ୍ରକୃତ ହିତାଧିକାରୀଙ୍କ ଠାରୁ ଅଭିଯୋଗ ପତ୍ର ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଗ୍ରହଣ କରି ଏହାର ପ୍ରତିକାର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ଅଞ୍ଚଳର ୧୦ ଜଣ କୃତ୍ତି ଛାତ୍ରଛାତ୍ରୀଙ୍କ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ପୁରସ୍କୃତ କରିଥିଲେ। କୃଷି କ୍ଷେତ୍ରରେ ବିକାଶ ଦିଗରେ କେନ୍ଦ୍ର ସରକାର ପ୍ରତି ବ୍ଲକକୁ ଗୋଟିଏ ଲେଖାଏଁ ଉଚ୍ଚ କ୍ଷମତା ସମ୍ପନ୍ନ ଡ୍ରୋନ ପ୍ରଦାନ କରୁଛନ୍ତି। ସେହି ଡ୍ରୋନକୁ ଆଜି ସେଠାରେ ପ୍ରଦର୍ଶିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ପୁର୍ବତ୍ତନ ବିଧାୟକ ଜୀବନ ପ୍ରଦୀପ ଦାଶ, ସଦର ବିଧାୟକ ପାର୍ଥୀ ମାନସ କୁମାର ଦତ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଉପସଭାପତି ମମତା ମହାପାତ୍ର, ରବି ମହାପାତ୍ର, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ଅରବିନ୍ଦ ଜେନା, ମଣ୍ଡଳ ସଭାପତି ବିଜୟ ଦାସ, ଧନଞ୍ଜୟ ପାତ୍ର, ବନମାଳୀ ବାରିକ ଭୂଦେବ ସାହୁ, ବିଷ୍ଣୁପଦ ଦିଣ୍ଡା, ମଞ୍ଜୁଶ୍ରୀ ଗାୟନ, ସତ୍ୟରଞ୍ଜନ ବାରିକ, ଝାଡେଶ୍ବର ସେଠୀ, ବ୍ରଜମୋହନ ସାହୁ, ଦୀନବନ୍ଧୁ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ