ପିପୁଲସ କଲେଜ : “ଯୁବ ଓଡିଶା ନବୀନ ଓଡିଶା” ଆନୁକୂଲ୍ୟରେ କ୍ରୀଡା କାର୍ଯ୍ୟକ୍ରମ ଉଦଘାଟିତ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜ ପକ୍ଷରୁ ” ଯୁବ ଓଡ଼ିଶା ନବୀନ ଓଡିଶା” ଆନୁକୂଲ୍ୟରେ କ୍ରୀଡା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ହରିକୃଷ୍ଣ ନାୟକ କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ କ୍ରୀଡା ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁ, +୩ ନୋଡାଲ ଅଫିସର ଅଧ୍ୟାପକ ଡକ୍ଟର ପି. କେ. ଦାସ, ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ପ୍ରଧାନ, ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ, କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର ଉପସ୍ଥିତ ଥିଲେ । ଅଧ୍ୟକ୍ଷ ଓ ଅଧ୍ୟାପକ ବୃନ୍ଦ ନିଜ ବକ୍ତବ୍ୟ ରେ କ୍ରୀଡା ବିଷୟରେ ବହୁ ତଥ୍ୟ ପ୍ରଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏହାପରେ କ୍ରୀଡା ଅଧ୍ୟାପକଙ୍କ ତତ୍ତ୍ୱାବଧାନରେ ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ