ଯୁବ ଓଡିଶା ନବୀନ ଓଡିଶା” ଆନୁକୂଲ୍ୟରେ ସାମାଜିକ ସଚେତନତା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜ ପକ୍ଷରୁ “ଯୁବ ଓଡିଶା ନବୀନ ଓଡିଶା” ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଆଦିପୁର ଗ୍ରାମରେ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଡିସେମ୍ବର ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ଲାଷ୍ଟିକ ବର୍ଜନ, ଏଡସ ରୋଗର ନିରାକରଣ ଓ ବାଲ୍ୟ ବିବାହ ଉଚ୍ଛେଦ ଉପରେ ଛାତ୍ରଛାତ୍ରୀ ବୃନ୍ଦ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଅଧ୍ୟାପକ ବିନୋଦ କୁମାର କରଙ୍କ ତତ୍ତ୍ୱାବଧାନରେ ଦୁଇ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ଲାକାର୍ଡ ଧରି ଓ ସଚେତନତା ଧର୍ମୀ ସ୍ଲୋଗାନ ଦେଇ ଆଦିପୁର ଗ୍ରାମର ପ୍ରତ୍ୟେକ ସାହିକୁ ଯାଇ ଜନସାଧାରଣଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଲୋକନାଥ ବେହେରା, ଅଧ୍ୟାପକ ଦିନେଶ ଚୌଧୁରୀ, ଓ ଅଧ୍ୟାପିକା ସାନଧ୍ୟରାଣୀ ସାହୁ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଜନସଚେତନତା ପାଇଁ “ରେବତୀର କରୁଣ କାହାଣୀ” ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା। ଏହି ନାଟକରେ ପାୟଲ, ମଙ୍ଗୁଳୁ, ରୂପାଲି, ରେସମା, ସଞ୍ଜୟ, ପୂଜା, ଅମିଶା, ସୁପ୍ରଜ୍ଞା, ଶ୍ରୀନୁ, ଜୟରାମ, ମନୀଷା, ସୌମ୍ୟ, ମୋନାଲିସା ଓ ଶିବରାମ ଅଂଶ ଗ୍ରହଣ କରିଥିଲେ। ଏହାପରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଲେଜ ପ୍ରିନ୍ସିପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ କବିରାଜ ଗୌଡ଼ ଏବଂ ସମ୍ମାନିତ ଅତିଥି ଭାବେ ସୀମାଞ୍ଚଳ ନନ୍ଦ ଓ ଦୁର୍ଗା ମାଧବ ପଣ୍ଡା ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ଶ୍ରୀ କର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ