ଓରାଳି ଠାରେ ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଓ ସାଂସ୍କୃତିକ ସମାରୋହ ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଓରାଳି ଠାରେ ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ଓ ସାଂସ୍କୃତିକ ସମାରୋହ ଉଦଯାପିତ ହୋଇଯାଇଛି। ସ୍ୱତନ୍ତ୍ର ଉନ୍ନୟନ ସଂସ୍ଥା ପକ୍ଷରୁ ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଆଦିବାସୀ ପିଲା ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର କ୍ରୀଡା ସାଙ୍ଗକୁ ଆଦିବାସୀ ଯୁବକ ଯୁବତୀ ମାନଙ୍କ ଦ୍ୱାରା ଉଚ୍ଚକୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜିର ଉଦଯାପନି ଉତ୍ସବରେ ହାଟଡ଼ିହି ବ୍ଲକର ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଏବଂ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥାର କନିଷ୍ଠ ଯନ୍ତ୍ରୀ ବିନୟ କୁମାର ପଟେଲ,ବ୍ଲକ ମଙ୍ଗଳ ଅଧିକାରୀ ଆକାଶ କୁମାର ଜେନା, ଉପାଧ୍ୟକ୍ଷ ନାରଣ ପୂର୍ତ୍ତୀ, ଯୁବ ସମାଜସେବୀ ଅଭୀମନ୍ୟୁ ସେଠୀ, ସମିତି ସଭ୍ୟ ତାରିଣୀ ପ୍ରସାଦ ସେନାପତି, ଗେଡ଼ମା ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କାଣ୍ଡି, , ଓରାଳି ପଞ୍ଚାୟତର ସରପଞ୍ଚ ହରିଶ୍ଚନ୍ଦ୍ର ଜେନା ଓ ଅଁରା ପଞ୍ଚାୟତର ସରପଞ୍ଚ ପ୍ରତିନିଧି ବିଶ୍ୱନାଥ ବେହେରା, ଆଦିବାସୀ ଉନ୍ନୟନ ସଂସ୍ଥା ର ବ୍ଲକ ସଦସ୍ୟ ଦୁର୍ଯ୍ୟୋଧନ ନାଏକ ପ୍ରମୁଖ ଯୋଗଦେଇଥିଲେ। ଫୁଟବଲ ଖେଳରେ ଚମ୍ପିୟାନ ହୋଇଥିବା ଏମ.ଏମ. ସି ୟୁଥ କ୍ଲବ ଟିଲଗଡ଼ିଆ, ଓ ରନର୍ସଅପ ହୋଇଥିବା ଷ୍ଟାର ୟୁଥକ୍ଲବ ବିଣାପତିଆକୁ ପୁରସ୍କୃତ କରାଯାଇଥିଲା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତିତ୍ୱ ହାସଲ କରିଥିବା ଦଳକୁ ପୁରସ୍କୃତ କରାଯାଇଥିଲା। ରେଫେରି ଭଞ୍ଜ ସୋରେନ, ସୁଶାନ୍ତ ସାମଲ, ମାନସ ଟୁଡୁ, କାଳନ୍ଦୀ ମୁର୍ମୁ, ସୁନିଲ ଟୁଡୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ।