ପାଟପୁର କଲେଜ୍ ରେ ନୁଆ-ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆନୁକୁଲ୍ୟ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ. ସୁଦେଷ୍ଣା ଚୌଧୁରୀଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ସଙ୍ଗୀତ ଭାସ୍କର ନାରାୟଣ ନାହାକ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ କଲେଜ ପରିଚାଳନା ସମିତି ର ସଭାପତି ଡ. ପ୍ରଦୀପ ବ୍ରହ୍ମା, ନୃତ୍ୟ ଗୁରୁ ଶିବ ଶଙ୍କର ବାରିକ ଏବଂ ଗାୟିକା ତଥା ଛତ୍ରପୁର ସ୍ଥିତ ସେଂଚୁରିଅନ୍ ମହାବିଦ୍ୟାଳୟ ର ଅଧ୍ୟାପିକା ଚୁନ୍ନି ବେହେରା ଯୋଗ ଦେଇଥିଲେ। ନୁଆ-ଓ ର ନୋଡାଲ ଅଧିକାରୀ ତଥା ଗଣିତ ବିଭାଗ ମୁଖ୍ୟ ଅଶ୍ୱିନୀ ରଥ ସଭା ପରିଚାଳନା କରିଥିଲେ। ଏଥି ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଙ୍ଗୀତ, ନୃତ୍ୟ ଏବଂ ଅଭିନୟ ପ୍ରତିଯୋଗିତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହେଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ନଭେମ୍ବର 29 ରୁ ଆରମ୍ଭ ହୋଇ ବିଭିନ୍ନ ପ୍ରତିଯୋଗିତା ଯଥା ପ୍ରବନ୍ଧ ଲିଖନ, ବକ୍ତୃତା, ଚିତ୍ରକଳା, କବିତା ପାଠ ଆୟୋଜିତ ହୋଇଥିଲା। ଅନ୍ତିମ ଦିବସ ରେ ସଙ୍ଗୀତ, ନୃତ୍ୟ, ପାରମ୍ପରିକ ଫେସନ ସୋ ଏବଂ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଥିଲେ ମହାବିଦ୍ୟାଳୟ ର ସାଂସ୍କୃତିକ ସମିତି ର ସଦସ୍ୟ ପ୍ରଫୁଲ୍ଲ ମହାରଣା, ସାଳିନା ବେହେରା ଏବଂ ସୁରେନ୍ଦ୍ର ଶବର । ଅଧ୍ୟାପକ ତ୍ରିଲୋଚନ ଦାସ, ଶ୍ରୀଜୟ ସାହୁ, ଅଧ୍ୟାପିକା ଡ. ଏସ୍. ଶାରଦା, ଚନ୍ଦ୍ରମା ପ୍ରଧାନ, ପଦ୍ମାବତୀ ମହାରଣା, ଆଟେଣ୍ଡାଟ୍ ଶ୍ରୀକାନ୍ତ ସାହୁ, ଗଗନ ବରାଡ଼ ଏବଂ ଛାତ୍ର ଧନେଶ୍ୱର ଡାକୁଆ, ଜଗତ ସାହୁ ଏବଂ ଅନ୍ୟ ସମସ୍ତ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରମୁଖ ସହଯୋଗ କରିଥିଲେ।


