ଓଡ଼ିଶାର ବିଜୟ ରଥକୁ ଆଗକୁ ନେବାକୁ ଦଳୀୟବୃନ୍ଦଙ୍କୁ ଆହ୍ବାନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଶୃଙ୍ଖଳିତ ଓ ସୁସଙ୍ଗଠିତ ଭାବେ ରହିଛି ବିଜେଡି ଦଳ।ସବୁ ବର୍ଗଙ୍କ ପାଇଁ ବହୁ ଯୋଜନା କରି ଲୋକଙ୍କ ନିକଟତର ହୋଇପାରିଛି ଦଳ। ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ନୂଆଁ ଯୋଜନା କରିବା ମୁଖ୍ୟମନ୍ତ୍ରୀ ସଂକଳ୍ପ ନେଇ ତାଙ୍କର ତ୍ୟାଗ ଓ ଅବଦାନ ବହୁତ ରହିଛି। ଜନସାଧାରରଙ୍କ ଯିଏ ସେବା କରି ଆସିଛି, ସେହି ବ୍ୟକ୍ତିକୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ କିଏ ପରାସ୍ତ କରିପାରିବ ନାହିଁ ବୋଲି ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।ଏହି ଅବସରରେ ସେହି ଦିନ ବିଜେଡ଼ି ପକ୍ଷରୁ ସକାଳେ ଏକ ଗଣ ଦୌଡ଼ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଆରୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପରେ ଶତାଧିକ କର୍ମୀ ଏଥିରେ ସାମିଲ ହୋଇଥିଲେ। ଦୌଡ଼ ସହର ଅତିକ୍ରମ କରି ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା।ସନ୍ଧ୍ୟାରେ ସ୍ଥାନୀୟ ଟାଉନ ହଲ ପରିସରରେ ଭଞ୍ଜନଗର ନିର୍ବାଚନୀ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ଅଞ୍ଚଳର ଉନ୍ନତି ଓ ବିକାଶକୁ ପାଥେୟ କରି ଜନସାଧାରଣଙ୍କ ହୃଦୟକୁ ଜୟ କରିପାରିଲେ ଜଣେ ପ୍ରତିନିଧିଙ୍କୁ କେହି ପରାସ୍ତ କରିପାରିବେ ନାହିଁ।‌ ବୋଲି ଶ୍ରୀ ଆରୁଖ ପ୍ରକାଶ କରିଥିଲେ। ଏହି ବୈଠକରେ ବିଜେଡି ଭଞ୍ଜନଗର ବ୍ଳକ୍‌ ସଭାପତି ରାଜ‌େନ୍ଦ୍ର ପ୍ରସାଦ ପ୍ରଧାନ,ଜିଲ୍ଲା ‌ବିଜେଡି ଉପ ସଭାପତି ରାଜ୍‌ କୁମାର ସାହୁ,ପ୍ରଭାତ ଚନ୍ଦ୍ର ଦଳବେହେରା,ନଗରପାଳ ଗୋପବନ୍ଧୁ ମହାପାତ୍ର,ଯୁବ ବିଜେଡି ସଭାପତି ସୁଧୀର ରଞ୍ଜନ ବେହେରା,ପ୍ରାକ୍ତନ ଏନ୍‌ଏସି ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ,ବ୍ଳକ୍‌ ଅଧ୍ୟକ୍ଷ ନରିସଭା ନାୟକ,ବ୍ଳକ୍‌ ଉପାଧ୍ୟକ୍ଷ ରାଜଲକ୍ଷ୍ମୀ ପ୍ରଧାନ,ବ୍ଳକ ମହିଳା ବିଜେଡି ସଭାନେତ୍ରୀ ତଥା ଜିଲ୍ଲାପରିଷଦ ସଭ୍ୟା ଶୌଳବାଳା ବିଶୋୟୀ,ସାଂସଦ ପ୍ରତିନିଧି ବିପ୍ରଚରଣ ବାରିକ,ପଞ୍ଚାନନ ପାଳ,ନଗର ମହିଳା ବିଜେଡି ସଭାନେତ୍ରୀ ସୁଜ୍ଞାନୀ ଗୌଡ,ପ୍ରମୁଖ ବିଜୁ ଜନତା ଦଳ କାର୍ଯ୍ୟଧାରା ଉପରେ ବକ୍ତବ୍ୟ ରଖିଥିଲେ। ସାଂସଦ ପ୍ରତିନିଧି ଦିବାକର ନାୟକ ସଂଯୋଜନା କରିଥିବା ବେଳେ ଶୂଳପାଣି ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ