ସାଇକେଲ ଅଭିଯାତ୍ରୀଙ୍କୁ ଓକିଲ ସଂଘର ସମ୍ବର୍ଦ୍ଧନା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଆନ୍ଧ୍ରର ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ମାଲକାନଗିରି ଜିଲ୍ଲାରୁ ପୁରୀ ଅଭିମୁଖେ ସାଇକେଲ ଯାତ୍ରାରେ ବାହାରିଥିବା ମାଲକାନଗିରି ଓକିଲ ସଂଘର ସଭାପତି ଲମ୍ବୋଦର ତୁରୁକ ବୁଧବାର ଦିଗପହଣ୍ଡିରେ ପହଞ୍ଚିବା ପରେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଓକିଲ ସଂଘ ସଭା ଗୃହରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ ଅଧ୍ଯକ୍ଷତା କରିଥିବା ବେଳେ ମାଲକାନଗିରି ଜିଲାରୁ ପହଞ୍ଚିଥିବା ଆଇନଜୀବି ପ୍ରକଳ୍ପ ଦ୍ବାରା ଓଡ଼ିଶାର କ୍ଷତି ସମ୍ପର୍କରେ ସଚେତନ କରାଇଥିଲେ।ସମ୍ବର୍ଦ୍ଧନା ସଭାରେ ଓକିଲ ସଂଘ ସମ୍ପାଦକ କୁରେଶୁ ପଣ୍ଡାଙ୍କ ସମେତ ଆଇନଜୀବି ପ୍ରଭାକର ରାଉତ, ରତ୍ନାକର ମେକାପ, ହରପ୍ରସାଦ ରଥ, ଅଶେଷ ନାଥ ମିଶ୍ର, ପ୍ରଦୀପ କୁମାର ନାୟକ, ଗିରିଜା ନନ୍ଦନ ମେକାପ, ମନୋରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।


