ଗୋସାଣୀ ନୂଆଁ ଗାଁ ସରସ୍ପତି ଶିଶୁ ବିଦ୍ୟା ମନ୍ଦିରର ୩୪ ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ଗୋସାଣୀ ନୂଆଁ ଗାଁ ସରସ୍ପତି ଶିଶୁ ବିଦ୍ୟା ମନ୍ଦିରର ୩୪ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଗୁରୁବାର ଦିନ ପାଳିତ ହୋଇଯାଇଛି l ବିଦ୍ୟାଳୟର ସଭାପତି ପ୍ରଦୀପ କୁମାର ଦାଶ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୁପେ ବ୍ରହ୍ମପୁର ବିଶବବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାସ,ସମ୍ମାନୀତ ଅତିଥି ରୁପେ ନିମ୍ନ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଡ ସୁଶାନ୍ତ କୁମାର ଦାଶ, ଅନ୍ୟ ସମ୍ମାନୀତ ଅତିଥି ଭାବେ ରଙ୍ଗେଇଲୁଣ୍ଡା BEO ଦେବେନ୍ଦ୍ର ବେହେରା, ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ l ଶିଶୁମାନଙ୍କୁ ମହାସମୁଦ୍ର ଲଂଘନ କରିବାର ମହାଉପାୟ ଆସିଥିବା ଅତିଥି ମାନେ ନିଜ ଭାଷଣରେ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତିର କୋଷାଧ୍ୟକ୍ଷ ସତ୍ୟ ନାରାୟଣ ପଟ୍ଟନାୟକ ଜୀବନରେ ଶିକ୍ଷାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ l ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ନାରାୟଣ ପଣ୍ଡା,ପତିତ ପାବନ ଶତପଥୀ,ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କୋଷାଧ୍ୟକ୍ଷ ଦଣ୍ଡ ପାଣି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ପରିଚାଳନା କରିଥିଲେ l ପରିଶେଷରେ ବିଦ୍ୟାଳୟର ବିଦ୍ୟାର୍ଥି ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ