ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୬ ତମ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୨୬ ତମ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନୀଳମଣି ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାରୂପେ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ I ସେହିପରି ସମ୍ମାନୀତ ଅତିଥି ରୂପେ ଗାଙ୍ଗପୁର ବନପାଳ ଜୀବାନନ୍ଦ ତ୍ରୀପାଠୀ, ପରିଚାଳନା କମିଟି ସମ୍ପାଦକ ସୀମାଞ୍ଚଳ ପୃଷ୍ଟି,ସଦସ୍ୟ ଦିବାକର ବିଷୋୟୀ, ଦେବରାଜ ସ୍ୱାଇଁ,ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ,ଗ୍ରାମ୍ୟ କମିଟି ସଭାପତି ଶଙ୍କର୍ଷଣ ବିଷୋୟୀ, ପୂର୍ବତନ ଗ୍ରାମ୍ୟ କମିଟି ସଭାପତି ନିତ୍ୟାନନ୍ଦ ବିଷୋୟୀ, ସମାଜସେବୀ ପ୍ରକାଶ ଚନ୍ଦ୍ର ବିଷୋୟୀ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ, ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ରହି କ୍ରୀଡ଼ା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ଚାମ୍ପିୟନ୍ ଭାବେ ଛାତ୍ର ସାରଥୀ ସେଠୀ ଏବଂ ଛାତ୍ରୀ ସଞ୍ଚିତା ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଥିଲା I ସମ୍ପାଦକ ସୀମାଞ୍ଚଳ ପୃଷ୍ଟି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ଗୀତ ଦର୍ଶକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲା I ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ତତ୍ତ୍ୱାବଧାନରେ ଗୁରୁଜୀ ପବିତ୍ର ମୋହନ ବିଷୋୟୀ, ଗଣେଶ ସହୁ,ମିଥୁନ୍ ନାୟକ,ବିଶ୍ୱରଞ୍ଜନ ସେଠୀ, ଦେବାଶିଷ ବିଷୋୟୀ,gଗୁରୁମା ପ୍ରତିମା ବିଷୋୟୀ,ରିନା ସାହୁ,ସନ୍ତୋଷୀ ଗୌଡ,ରାଜ୍ କୁମାରୀ ସେଠୀ,ବୈଷ୍ଣବୀ ଗୌଡ଼, ଝାନସୀ ଭୂୟାଁ,ଲିଜା ନାୟକ, ଜ୍ୟୋତ୍ସ୍ନା ରାଣୀ ପ୍ରଧାନ,ବୈଶାଳୀ ବେହେରା,ସନ୍ତୋଷିନୀ ଗୌଡ,ତେଜକୁମାରୀ ବେହେରା,ଆରତୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ