ରାଜ୍ୟପାଳ ଙ୍କ ମଙ୍ଗଳା ମନ୍ଦିର ପରିଦର୍ଶନ

ନିମାପଡ଼ା, (ସନ୍ତୋଷ ଦାଶ):ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ଗସ୍ତ କରି କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ମହାମହିମ ରାଜ୍ୟପାଳ ମଙ୍ଗଳା ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ସିଂହଦ୍ବାର ନିକଟରେ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା, କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ,ମଙ୍ଗଳା ମନ୍ଦିର ସେବାୟତ ନିଯୋଗର ଉପସଭାପତି କମଳ ଲୋଚନ ଦୀକ୍ଷିତ, ସେବାୟତ ନିଯୋଗ ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ, ତାପସ ଦୀକ୍ଷିତ ପ୍ରମୁଖ ସେବାୟତ ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ଜଣାଇ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ । ମନ୍ଦିର ଗର୍ଭଗୃହରେ ରାଜ୍ୟପାଳ ମା ଙ୍କ ଦର୍ଶନ କରିବା ସହିତ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ ।ଏହା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ମୃତି ସ୍ୱରୂପ ମହାମହିମ ଙ୍କୁ ମା ମଙ୍ଗଳାଙ୍କ ଫଟୋ ଚିତ୍ର ସହିତ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟପାଳ ମନ୍ଦିର ପରିସରରେ ଚାଲିଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କ ରେ ଅନୁଧ୍ୟାନ କରିଥିଲେ। ମନ୍ଦିର ସମ୍ପର୍କିତ ସମସ୍ତ ପୁସ୍ତକ ଓ ସୂଚନା ଗୁଡ଼ିକୁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଭାଷାରେ କରିବାକୁ ରାଜ୍ୟପାଳ ମନ୍ଦିର ପରିଚାଳନା କମିଟି କୁ ପରାମର୍ଶ ଦେଇଥିଲେ । ମନ୍ଦିର ପରିସରରେ କିଛି ସମୟ ଅତିବାହିତ କରିବା ପରେ ମହାମହିମ ରାଜ୍ୟପାଳ ପୁରୀ ଅଭିମୁଖେ ବାହାରି ଯାଇଥିଲେ ।ରାଜ୍ୟପାଳଙ୍କ ଗ୍ରସ୍ତ କୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।ବାଟ ରେ ବିରିବସ୍ତ ଠାରେ ରାଜ୍ଯପାଳ କିଛି ଚାଷୀ ଙ୍କ ସହିତ ସେମାନଙ୍କର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ଇଶାଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣ ରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ କାର୍ଯ୍ୟ ସଂପର୍କ ରେ ପଚାରି ବୁଝିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ