ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ରେ ନୂଆ – ଓ କାର୍ଯ୍ୟକ୍ରମ ଉଦଯାପିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ଆଜି ନୂଆ – ଓ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ମହାବିଦ୍ୟାଳୟ ର ଅଧକ୍ଷା ପ୍ରଫେସର ସ୍ବର୍ଣ୍ଣରଶ୍ମି ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ରୁପେ ବିଧାୟକ ସମୀର ରଞ୍ଜନ ଦାଶ ଯୋଗଦେଇ ନୂଆ – ଓ କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଯୁବ ପ୍ରତିଭାର ଅନ୍ତର୍ନିହିତ ପରିପ୍ରକାଶ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ରୂପେ ପ୍ରଖ୍ୟାତ ପରିବେଶ ବିତ ପ୍ରଫେସର ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡକ୍ଟର ସନ୍ତୋଷ ମିତ୍ର ଯୋଗ ଦେଇଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପୁଷ୍ପମିତ୍ରା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ନୋଡାଲ ଅଧିକାରୀ କାନନବାଳା ନନ୍ଦ, ଶିକ୍ଷା ବିଭାଗ ମୁଖ୍ୟ ଡକ୍ଟର ଶ୍ରିଲେଖା ନାୟକ ଓ ସଂସ୍କୃତ ବିଭାଗ ଅଧ୍ୟାପକ ଜୀବନ ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅତିଥିଙ୍କ ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ହାସ୍ୟଅଭିନେତା ପ୍ରଂଜ୍ଞା ଓ ଶଙ୍କରଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସର ରେ କଲେଜ ପରିସର ରେ ବିଶିଷ୍ଠ ସ୍ଵାଧୀନତା ସଂଗ୍ରାମୀ ରମା ଦେବୀ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା।ଶେଷରେ ନୋଡାଲ ଅଧିକାରୀ ମଧୁମିତା ଦେଇ ଧନ୍ୟବାଦ ଦେଇଥିଲେ ।ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ