ନୂଆଁବର୍ଷ ପାଇଁ ଜମୁଛି ବଣଭୋଜି : ଆମିଷ ଦର ଆକାଶଛୁଆଁ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଇଂରାଜୀ ନବବର୍ଷ ପାଳନ ପାଇଁ ବିଶେଷକରି ଯୁବପିଢିଙ୍କ ମନରେ ବେଶ ଉନ୍ମାଦନା ଦେଖାଯାଉଛି । ୧୮ରୁ ୩୦ ବର୍ଷ ବୟସ ପର୍ଯ୍ୟନ୍ତ ଯୁବପିଢି ଏହି ନବବର୍ଷର ଅବ୍ୟହତ ପୂର୍ବରୁ ଏବେଠୁ ମତୁଆଲା ହୋଇଛନ୍ତି । ପିକନିକ୍‌, ପାର୍ଟି, ବଣଭୋଜି ସାଙ୍ଗକୁ ବଣଭୋଜି ମଉଜମସ୍ତି କରିବାରେ ସମୟ ଅତିବାହିତ କରିବା ଯୁବପିଢିଙ୍କ ପ୍ରଥମ ପସନ୍ଦ ହୋଇଛି । ଏଥି ସକାଶେ ଡ଼ିସେମ୍ବର ମାସ ଆରମ୍ଭରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ପିକନିକ୍ ସ୍ପଟ ସିଲେକ୍ସନ ସାଙ୍ଗକୁ ସେଠାରେ କଣ ବଣଭୋଜିରେ କଣ କଣ ଆଇଟମ ହେବ ତାହା ଏଜେଣ୍ଡାରେ ପ୍ରଥମ ସ୍ଥାନ ପାଉଛି । ଆମିଷ ଖିଆ ବାରରେ କରାଯାଉଥିବା ବଣଭୋଜିରେ ମାଛ, ଚିକେନକୁ ପ୍ରାୟତଃ କେହି ପସନ୍ଦ କରୁନଥିବା ଜଣାପଡ଼ିଛି । ପ୍ରାୟତଃ ସମସ୍ତଙ୍କ ପସନ୍ଦ ଖାସି ମାଂସ (ମଟନ) । ବଣଭୋଜି ବା ଫିଷ୍ଟ ହେବ ତ କେବଳ ମଟନ ହେବ । ଏଥିପାଇଁ ଆଗୁଆ ଖାସିମାଂସ ଅର୍ଡ଼ର ଦିଆଯାଉଛି । ଖାସି ବେପାରୀ ମାନେ ମଧ୍ୟ ଏହାର ଭରପୁର ସୁଯୋଗ ନେଉଛନ୍ତି । ନୂତନ ବର୍ଷରେ ଚାହିଦା ଅଧିକ ଥିବାରୁ କିଲୋ ପ୍ରତି ୬ ଶହ ଟଙ୍କାରେ ବିକ୍ରି ହେଉଥିବା ମଟନ ୭ ଶହରୁ ୮ଶହ ଟଙ୍କାରେ ବିକ୍ରି ହେଉଥିଲେ ମଧ୍ୟ ମଟନ ଦୋକାନରେ ମାଂସ କିଣିବା ଲାଗି ଗ୍ରାହକଙ୍କ ଲମ୍ବା ଲାଇନ ଲାଗିଥିବାର ଦେଖିବାକୁ ମିଳୁଛି । ଅନୁରୂପ ଭାବେ ଚିକେନ ଓ ମାଛ ଦର ମଧ୍ୟ ପୂର୍ବାପେକ୍ଷା ଅଧିକ ଥିବାର ଜଣାପଡ଼ିଛି । ରବିବାର ଜିରୋ ନାଇଟ୍ ପାଳନ ହେଉଥିବା ବେଳେ ଇଂରାଜୀ ନୂତନ ବର୍ଷ ସୋମବାର ଦିନ ପାଳନ କରାଯିବ । ସୋମବାର ଦିନ ବହୁ ଲୋକେ ଆମିଷ ଭକ୍ଷଣ କରୁନଥିବାରୁ ରବିବାର ଜିରୋନାଇଟ ପାଳନ ସ‌ହ ହିଞ୍ଜିଳିକାଟୁ ପୌରାଞ୍ଚଳ ଅତ୍ୟାଧୁନିକ ଆମିଷ ବଜାରରେ ଗ୍ରାହକଙ୍କ ଅସମ୍ଭବ ଭିଡ ରହିବା ଆଶଙ୍କା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ