ସାବାଡ ହେବେ ଅମାନିଆ ବାଇକ୍ ଚାଳକ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବହୁ ଅମାନିଆ ଚାଳକ ବିନା ହେଲମେଟରେ ଦୃତ ଗତିରେ ଗାଡ଼ି ଚାଳନା କରୁଥିବା ସହ ବହୁ ସମୟରେ ଛୋଟ ବଡ଼ ଦୂର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଥିଲା । ମାତ୍ର ଦିନକ ପରେ ଇଂରାଜୀ ନବ ବର୍ଷ ୨୦୨୪ ପାଳନ କରାଯାଉଥିବା ବେଳେ ବହୁ ଯୁବପିଢି ମଦ୍ୟପାନ କରି ବିନା ହେଲମେଟରେ ଦୃତ ଗତିରେ ବାଇକ ଚଳାଉଥିବାର ଦେଖିବାକୁ ମିଳିଛି । ଅମାନିଆ ବାଇକ ଚାଳକ ମାନଙ୍କୁ ସାବାଡ଼ କରିବା ପାଇଁ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସଂପୃକ୍ତ ଟିମ୍ ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ଛକ ସ୍ଥାନରେ ଯାନବାହାନ ଯାଞ୍ଚ କରିବା ସହ ଅମାନିଆ ଗାଡି ଚାଳକ ମାନଙ୍କ ଠାରୁ ଜୋରିମାନା ଆଦାୟ କରୁଥିବାର ଦେଖିବାକୁ ମିଳିଛି । ପ୍ରତ୍ୟହ ପୂର୍ବାହ୍ନରେ ସ୍ଥାନୀୟ ଥାନା ପୋଚିଲିମା ଓ ସନ୍ଧ୍ୟାରେ ଖଣ୍ଡରା ଛକରେ ଯାନବାହାନ ଯାଞ୍ଚ କାର୍ଯ୍ୟକୁ କଡାକଡି କରାଯାଉଥିବାର ଦେଖିବାକୁ ମିଳିଛି । ବିନା ହେଲମେଟରେ ଗାଡି ଚାଳନା କରୁଥିବା ଅମାନିଆ ଚାଳକ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ବେଳେ ଡ଼ିସେମ୍ବର ମାସରେ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ୫୭ ଜଣ ଚାଳକଙ୍କ ଗାଡ଼ି ଚାଳନା ପ୍ରମାଣପତ୍ର ରଦ୍ଧ କରାଯାଇଥିବା ବେଳେ ପ୍ରାୟ ଲକ୍ଷାଧିକ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଥାନା ସୁତ୍ରରୁ ପ୍ରକାଶ । ଥାନା ଆଇଆଇସିଙ୍କ ତତ୍ତ୍ୱାବଧାନରେ ଏସଆଇ ସିର୍ଦ୍ଧାର୍ଥ ଶଙ୍କର ଜେନା, ସୁନିଲ କଣ୍ଡୋଗିରି, କମଲିନୀ ନାଇକ, ଏଏସଆଇ କାଳୀ ଚରଣ ସ୍ବାଇଁ, ଅନନ୍ତ ଶବର, ଉପେନ୍ଦ୍ର କାର୍ସ୍କା, ମନୋଜ ସେନପତି, ହାବିଲଦାର ପ୍ରମୋଦ କୁମାର ମହାନ୍ତି, ସରୋଜ ରଣସିଂ ପ୍ରମୁଖ ଟିମ୍ରେ ସାମିଲ ରହିଛନ୍ତି ।