ରାଇକିଆ ବଣିକ ସଂଘର ପଞ୍ଚମ ପ୍ରତିଷ୍ଠା ଦିବସ ପାଳିତ

ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବଣିକ ସଂଘର ପଞ୍ଚମ ପ୍ରତିଷ୍ଠା ଦିବସ ରବିବାର ସ୍ଥାନୀୟ ସ୍ୱସ୍ତିକ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି । ସଭାପତି ପଦ୍ମ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର, ରାଇକିଆ ତହସିଲଦାର ସୁଭଦ୍ରା ମୁଣ୍ଡିକା, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ବେରେଡାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ସମିତିସଭ୍ୟ ନିରାକାର ଦିଗାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ ଏବଂ ବକ୍ତା ଭାବେ ପ୍ରାକ୍ତନ ଅଧ୍ୟାପକ ଶ୍ରୀଧର ଦାସ ଯୋଗ ଦେଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାହାରା ସଂପାଦକ ସୁକାନ୍ତ ନାୟକ, ଜୀବନ ମହାବିଦ୍ୟାଳୟ ସଭାପତି ରାଜମୋହନ ଦିଗାଳ,ପଞ୍ଚଦଣ୍ଡ କମିଟି ସଭାପତି ସନ୍ତୋଷ ଲେଙ୍କା, ଆଞ୍ଚଳିକ କଳା ପରିଷଦ ସଂପାଦକ ସୁରେନ୍ଦ୍ର ପଣ୍ଡା, ପୂଜା କମିଟି ସଭାପତି ନାରାୟଣ ପ୍ରସାଦ ମହାନ୍ତି, ସ୍ଥାନୀୟ ବିଜୟ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଯୋଗୀନ୍ଦ୍ର ନୀଳମଣି ମଣ୍ଡଳ, କ୍ୟାଥଲିକ ଚର୍ଚ୍ଚ ସଭାପତି ବିକ୍ରମ ପ୍ରଧାନ ବିଭିନ୍ନ ସଂଗଠନ ର ସଭାପତି, ସଂପାଦକ ସଂମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ର ରେ ଉତ୍କର୍ଷତା ପାଇଁ ବ୍ୟକ୍ତି ବିଶେଷ ଓ ସଂଗଠନ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ମାନିତ କରାଯାଇଥିଲା । ସଂଘ ତରଫରୁ ସାଧାରଣ ସଂପାଦକ ଦୁର୍ଯ୍ୟୋଧନ ଲେଙ୍କା, ସଂଗଠନ ସମ୍ପାଦକ ରାମକୃଷ୍ଣ ବେହେରା, ସହ ସମ୍ପାଦକ ଶ୍ରୀନିବାସ ଆଚାରି, କୋଷାଧ୍ୟକ ବାଲ୍ମୀକି ପତି, ବରିଷ୍ଠ ସଦସ୍ୟ ସନ୍ତୋଷ ପାଢ଼ୀ, ତିରୁପତି ସୁବୁଦ୍ଧି , ଗଙ୍ଗାଧର ପଣ୍ଡା , ନରେନ୍ଦ୍ର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସହ ସଂପାଦକ ଦୂତି କୃଷ୍ଣ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ