ବ୍ଲକ ସ୍ତରୀୟ ଦୁଇ ଦିନିଆ ଜନଜାତି ମହୋତ୍ସବ ଉଦଯାପିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ମିନିଷ୍ଟାଡିୟମ ରେ ଦୁଇଦିନ ଧରି ଚାଲିଥିବା ବ୍ଲକ ସ୍ତରୀୟ ଜନଜାତି ମହୋତ୍ସବ ଉଦଯାପିତ ହୋଇଛି। ସ୍ୱତନ୍ତ୍ର ଉନ୍ନୟନ ପରିଷଦ କନ୍ଧମାଳ ଅଧୀନରେ ଓ ଫିରିଙ୍ଗିଆ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ଉଦଯାପନୀ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ରୋଦନ ମଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଫିରିଙ୍ଗିଆ କୁଇ ସମାଜ ସଭାପତି ମୁକୁନ୍ଦ କହଁର, ସମ୍ପାଦକ ଏସିଆ କହଁର, କୁଇ ଭାଷା ସାହିତ୍ୟ ସମିତିର ରାଜ୍ୟ ସଭାପତି ଦିନବନ୍ଧୁ କହଁର,ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମହିଳା ସଦସ୍ୟା ସୁଜାତା କହଁର, ଖଜୁରୀପଡା ବ୍ଲକର ପୂର୍ବତନ ବ୍ଲକ ଅଧକ୍ଷ ବୀରେନ୍ଦ୍ର କହଁରଙ୍କ ସହ ଅଞ୍ଚଳର ବହୁଗଣ୍ୟ ମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ଦୁଇଦିନ ଧରି ବୁନା କହଁର, ଭୋଦେବ କହଁର ଓ ପ୍ରମୋଦ କହଁର ପରିଚଳନା କରିଥିବା ବେଳେ ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ମଙ୍ଗଳ ସାମ୍ପ୍ରସରଣ ଅଧିକାରିଣୀ ଇପ୍ସିତା ଜେନା, ଜୀବିକା ମିଶନ ସଂଯୋଜକ ସଂଗ୍ରାମ କେଶରୀ ସାହୁ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସୁମନ୍ତ ଉଠାଣ ସିଂ, ପାରମ୍ପରିକ ଲୋକ କଳା ସଙ୍ଘ ର ଜିଲ୍ଲା ସଭାପତି ଅକ୍ଷୟ କର୍ଣ୍ଣଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଦୁଇଦିନ ଧରି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ତେବେ କାର୍ଯ୍ୟକ୍ରମର ଦ୍ଵିତୀୟ ଦିନ ଵା ଉଦଯାପନୀ ସନ୍ଧ୍ୟାରେ ମଧ୍ୟ କନ୍ଧମାଳ ଜିଲାର ଟିକାବାଲି, ବାଲିଗୁଡା, ଖଜୁରୀପଡା ବ୍ଲକ ସହ ଫିରିଙ୍ଗିଆ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ଆଦିବାସୀ ସଂସ୍କୃତି,ପରମ୍ପରାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ଲାଇନପଡା, ବାଲିଗୁଡା ଓ ଫୁଲବାଣୀ ନାଟରାଜ କଳାମନ୍ଦିର ର କଳାକାର ମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବାନ୍ଧି ରଖିଥିଲା l ଶେଷ ସନ୍ଧ୍ୟାରେ କଳାକାର ମାନଙ୍କ ସହ ଫୁଲବାଣୀ ବିଧାୟକ ନିଜେ ସାମିଲ ହୋଇ ବାଜାର ତାଳେ ତାଳେ ନୃତ୍ୟ କରୁଥିବା ଦୃଶ୍ୟ ବେଶ ଆକର୍ଷଣ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ବ୍ଲକ ପ୍ରଶାସନ ତରଫରୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସାଂସ୍କୃତିକ ଦଳ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ମାନଙ୍କୁ ମଧ୍ୟ୍ୟ ବ୍ଲକ ପ୍ରଶାସନ ତରଫରୁ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ଏହା ସହ ଆସନ୍ତା ତିନି ତାରିଖ ଠାରୁ ଏହି ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବା ନେଇ ଗୋଷ୍ଠିଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ