ଟିମ୍ ହ୍ୟୁମାନିଟି ପକ୍ଷରୁ ଗ୍ରାମାଞ୍ଚଳରେ କମ୍ବଳ ବଣ୍ଟନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ସାରା ରାଜ୍ୟରେ ଶୀତର ପ୍ରକୋପ ଲାଗି ରହିଛି। ବିଶେଷ କରି କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥଣ୍ଡାର ପ୍ରକୋପ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଟିମ୍ ହ୍ୟୁମାନିଟି କନ୍ଧମାଳ ତରଫରୁ ଚକାପାଦସ୍ଥିତ ସଲାଗୁଡା ଗ୍ରାମଠାରେ କମ୍ବଳ ବଣ୍ଟନ କରାଯାଇଛି। କନ୍ଧମାଳର ଅସହ୍ୟ ଶୀତରୁ ରକ୍ଷା ପାଇବା ପାଇଁ ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟ ଓ ସଦସ୍ୟା ଭି.ଜଗନ୍ନାଥ ରାଜୁ, ମହେଶ ସୁବୁଦ୍ଧି, ଅନୁପବିକ୍ରମ, ଅନନ୍ତ କହଁର , ମଧୁସ୍ମିତା ରାଜୁ, ସସ୍ମିତା ସାହୁ, ସୁଜତା ଦାସ, ଜ୍ୟୋତିର୍ମୟୀ ରଣା, ରେଶମା ବେହେରା ଏବଂ ଆବାହକ ଲୋକନାଥ ରାଜୁ ପୂର୍ବ ଯୋଜନା ଅନୁସାରେ ଦିନ ୨ଟା ସମୟରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲେ। ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ କରୁଥିବା ଲୋକଙ୍କୁ ଭେଟି କିଛି ସମୟ ବିତାଇବା ସହ କମ୍ବଳ ପ୍ରଦାନ କରିଥିଲେ। ଉକ୍ତ ଗ୍ରାମବାସୀ ମାନେ କମ୍ବଳ ପାଇବା ପରେ ଶୀତରୁ ନିଶ୍ଚୟ କିଛିଟା ଆଶ୍ବସ୍ତି ଲାଭ କରିପାରିବୁ ବୋଲି କହିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ