ଏସଏଚଜି ଧାନ ମଣ୍ଡି ଉଦଘାଟନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଵିଷ୍ଣୁପୁର ପଂଚାୟତ ଆଦମପୁର ଏସଏଚଜି ପକ୍ଷରୁ ଆଜି ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି।ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଉଦଘାଟନ କରିଥିଲେ।ସରକାରଙ୍କ ନୀତି ଅନୁସାରେ ସମସ୍ତ ଚାଷୀ ଭାଇ ମାନେ ମଣ୍ଡିରେ ଧାନ ବିକ୍ରି କରି ଉଚିତ ମୂଲ୍ୟ ନେବାକୁ ଵିଧାୟକ ମତ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏଥିରେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ନାୟକ,ଭଦ୍ରକ ଵ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ,ସମଵାୟ ସମିତି ପରିଚାଳନା କମିଟି ସଭ୍ୟ ଵିଜୟ ଖିଲାର,ଵରିଷ୍ଠ ଚାଷୀ ଗୟାଧର ସାମଲ,ପୂଣ୍ଣ ଚନ୍ଦ୍ର ଖିଲାର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।ଏସଏଚଜି ସଭାନେତ୍ରୀ ମମତା ପରିଡା ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯକ୍ରମକୁ ସେଵତୀ ପରିଡା,ସୁଜାତା ଦାସ,କୁନ୍ତଳା ସାମଲ ଙ୍କ ସମେତ ସମସ୍ତ ସଦସ୍ୟା ମାନେ ପରିଚାଳନା କରିଥିଲେ।


