ଅଙ୍ଗନାୱାଡି କେନ୍ଦ୍ରରେ ଓଜନ ଉତ୍ସବର ଅନୁଧ୍ୟାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲପାଳ ସ୍ମୃତି ରଞ୍ଜନ ପ୍ରଧାନ କାଶୀନଗର ବ୍ଲକର ଶିଆଳି ପଞ୍ଚାୟତର ଶିଆଳି ଗ୍ରାମ ଠାରେ ଥିବା ଅଙ୍ଗନାୱାଡି କେନ୍ଦ୍ରକୁ ପରିଦର୍ଶନ କରି କେନ୍ଦ୍ରରେ ଆରମ୍ଭ ହୋଇଥିବା ଦ୍ଵିତୀୟ ପର୍ଯ୍ୟାୟ ଓଜନ ଉତ୍ସବକୁ ଅନୁଧ୍ୟାନ କରିଥିଲେ. ଏହି ଓଜନ କାର୍ଯ୍ୟକ୍ରମରେ କେନ୍ଦ୍ରରେ ଥିବା 86 ଜଣ ଛାତ୍ର ଛାତ୍ରୀ ଙ୍କ ଓଜନ ସହ ଉଚତା ମାପ କରାଯାଇଥିଲା. ଜିଲ୍ଲାପାଳ ଙ୍କ ପରିଦର୍ଶନ ସମୟରେ ସ୍ଥାନୀୟ ବି ଡି ଓ ଅନୁପ କୁମାର ପଣ୍ଡା,ସି ଡି ପି ଓ କନକ ଲତା ପୂଜାରୀ, ସୁପରଭାଇଜର ବି. କୋମଳଙ୍ଗି ଓ ସ୍ଥାନୀୟ ସୁପେରଭାଇଜର ଉପସ୍ଥିତ ଥିଲେ. ଏହା ପରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଖଣ୍ଡଭା ଗ୍ରାମରେ ପହଂଚି ଆମ ଓଡିଶା ନବୀନ ଓଡିଶା ଅନୁଦାନ ରେ ନିର୍ମାଣ ହେଉଥିବା ଗୌଡ଼ ସାହି ମଣ୍ଡପ ର କାର୍ଯ୍ୟ ତଦାରଖ କରିଥିଲେ. କାଶୀନଗର ତହସିଲ ତରଫରୁ ଆୟୋଜନ ହୋଇଥିବା ରାଜସ୍ବ ମେଳା ଜିଲ୍ଲାପାଳ ଶ୍ରୀ ପ୍ରଧାନ ଉଦ୍ଘାଟନ କରି ୧୧୩ ଜଣ ପଞ୍ଚାୟତ ବାସୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ. ଏହି ରାଜସ୍ବ ମେଳାରେ କାଶୀନଗର ତହସିଲଦାର ଅଶୋକ କୁମାର ପ୍ରଧାନ, ସ୍ଥାନୀୟ ବି ଡି ଓ ଅନୁପ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା,ଖଣ୍ଡଵା ରାଜସ୍ବ ନିରୀକ୍ଷକ, ସରପଞ୍ଚ ଓ ସମିତି ସଭ୍ୟ ଆର ସତୀଶ କୁମାର ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ