ଶ୍ରୀମନ୍ଦିର ପରୀକ୍ରମା ପ୍ରକଳ୍ପର ଉଦଘାଟନ ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ବିଶ୍ୱ ବିଖ୍ୟାତ ପୁରୀ ଶ୍ରୀମନ୍ଦିର ପରୀକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ଉତ୍ସବରେ କାଶୀନଗର ପଞ୍ଚାୟତ ସମିତି ଓ ଏନଏସିର ବହୁ ଶ୍ରଦ୍ଧାଳୁ ଓ ଜଗନ୍ନାଥ ପ୍ରେମୀ ଉତ୍ସବ କାର୍ଯକ୍ରମରେ କିପରି ବହୁ ସଂଖ୍ୟାରେ ଯୋଗ ଦେବେ ଓ କାଶୀନଗର ଅଂଚଳର ପ୍ରତ୍ୟେକ ଘରୁ ଗୁଆ ଓ ଚାଉଳ କିପରି ମଗା ଯାଇପାରିବ ସେଥିପାଇଁ ଏଠାରେ ଏନଏ ସି ଓ ବ୍ଲକ ତରଫରୁ ପୃଥକ ପୃଥକ ଭାବେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା ହସ୍ତଗତ ହୋଇଛି. କାଶୀନଗର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ସାହୁଙ୍କ ଅଧ୍ୟକ୍ଷତରେ ବୈଠକ ଆୟୋଜନ ହୋଇଥିବା ବେଳେ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷ ହୋଇଥିଲେ.ଏହି ଅଞ୍ଚଳରେ ଏକ ପରିକ୍ରମା ରଥର ଆୟୋଜନ କରି ତାହା ଦ୍ୱାରା ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କରି ଏନଏସିର ସମସ୍ତ ୱାର୍ଡ ମଧ୍ୟରେ ଥିବା ପ୍ରତ୍ୟେକ ସାହି ଓ ବ୍ଲକର ସମସ୍ତ ପଞ୍ଚାୟତର ପ୍ରତ୍ୟେକ ଗ୍ରାମ ପରିଭ୍ରମଣ କରିବ ବୋଲି ନିଷ୍ପତି ନିଆଯାଇଥିଲା.