ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ବାଉଁଶଲୁଣ୍ଡି ଗ୍ରାମରେ ଆଜି ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ଅଞ୍ଚଳର ବିଶିଷ୍ଟ ସାମ୍ବାଦିକ ଦିବଙ୍ଗତ ନିଶାକର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ଏହି ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ତାଙ୍କ ପୁତ୍ର ସାମ୍ବାଦିକ ନଚିକେତା ପ୍ରଧାନଙ୍କ ପୌରହିତ୍ୟରେ ‘ବିପଦର ବନ୍ଧୁ’ ଅନୁଷ୍ଠାନର ସଦସ୍ୟ ମାନେ ଏହି ଶିବିର ପରିଚାଳନା କରିଥିଲେ। ଏଥିରେ ଆଖପାଖ ଇଲାକାର ପ୍ରାୟ ୬୦ ରୁ ଉର୍ଦ୍ଧ ଜଣ ବ୍ୟକ୍ତିଙ୍କ ମାଗଣା ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏହାପରେ ବ୍ରହ୍ମପୁର ନିକଟ ସମରଝୋଳରୁ ଆସିଥିବା ଡାକ୍ତର ଟିମ୍ ପରୀକ୍ଷା ନିରୀକ୍ଷା କରିବା ପରେ ୧୭ ଜଣଙ୍କ ଅପରେସନ କରିବା ନିମେନ୍ତ ମେଡିକାଲକୁ ସାଙ୍ଗରେ ନେଇ ଯାଇଥିଲେ। ଏଥିରେ ପ୍ରଦିପ କୁମାର ଜେନା,ଅରକ୍ଷିତ ପରିଚ୍ଛା,ମାନସ ରଞ୍ଜନ ରାଉଳ,ପ୍ରମୋଦ ପ୍ରଧାନ,ପ୍ରଭାକର ନାୟକ,ସନ୍ୟାସୀ ବେହେରା,ସଂଗ୍ରାମ ବିଷୋୟୀ,ଶାନ୍ତି କୁମାରୀ ପ୍ରଧାନ,ସୌମ୍ୟଜିତ ପ୍ରଧାନ,ସୁଜିତ ବିଷୋୟୀ,ଜଗନ୍ନାଥ ପ୍ରଧାନ,ବିଶ୍ବମ୍ବର ଜେନା,ଜଗନ ସୁବୁଦ୍ଧି,ପ୍ରଶାନ୍ତ ରାଉତ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ। ପ୍ରକାଶ ଥାଉକି ଶ୍ରୀ ପ୍ରଧାନଙ୍କ ଶ୍ରାଦ୍ଧ ଦିବସ ଅବସରରେ ପ୍ରତିବର୍ଷ ତାଙ୍କ ପୁଅ ଏଭଳି ବିଭିନ୍ନ ସ୍ବେଚ୍ଛାସେବା କାର୍ଯ୍ୟକ୍ରମ କରି ଆସୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ