ପୋଲିସ ଉପସ୍ଥିତିରେ ମହିଳାଙ୍କ ଘରେ ଜୋର ଜବରଦସ୍ତ ପଶିଲେ କଳା କୋର୍ଟ ପିନ୍ଧା ଲୋକ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ପୋଲିସକୁ ହିଉମନ ରାଇଟ୍ସ କମିଶନ ଡ଼ାଇରେକ୍ଟର ମିଥ୍ୟା ପରିଚୟ ଦେଇ ପୋଲିସ ଉପସ୍ଥିତିରେ ମହିଳାଙ୍କ ଘରେ ଜୋର ଜବରଦସ୍ତ ପଶିଲେ କଳା କୋର୍ଟ ପିନ୍ଧା ଦଳେ ଲୋକ। । ଏନେଇ ବ୍ରହ୍ମପୁର ବଡବଜାର ଥାନାରେ ଅଭିଯୋଗ ଆଣିଛନ୍ତି ହନୁମାନ ବଜାର ନିକଟସ୍ଥ ବାଲାଜିପେଣ୍ଠ ସାହି ନିବାସୀ ବିନୋଦିନୀ ସାହୁ । ଥାନାରେ ମହିଳା ଦେଇଥିବା ଅଭିଯୋଗ ମୁତାବକ ଗତ ୧୦ ତାରିଖ ରାତି ୮ଟା ବେଳେ ବାଲାଜି ସାହୁ ଓ ତାଙ୍କ ପୁଅ ରଘୁରାଜ ସାହୁ ଓ କଳା କୋଟ ପିନ୍ଧା ଦୁଇ ଜଣ ଝିଅ ଏବଂ ପ୍ରାୟ ୧୦ ରୁ ୧୨ ସ୍ତ୍ରୀ ଲୋକ ବଡବଜାର ଥାନାର ପିସିଆର ଷ୍ଟାପକୁ ମିଛ କଥା କହି ଘରେ କାମ କରୁଥିବା ବଢ଼େଇ ମାନଙ୍କୁ ବାହାରକୁ କାଡ଼ି ତାଲା ପକାଇ ଦେଇଥିଲେ। ପରେ ରଘୁରାଜ ସାହୁ ଓ ତାଙ୍କ ପୁଅ କିଛି ସ୍ତ୍ରୀ ଲୋକଙ୍କୁ ଧରି ଆସି ତାଲା ଖୋଲିଲେ ଓ ଜଣେ ସ୍ତ୍ରୀ ଲୋକ ରଘୁରାଜ ଆମକୁ ଭଡା ଦେଇଥିବା ନେଇ ଏଗ୍ରିମେଣ୍ଟ ଦେଖାଇଲେ। ଏନେଇ ଅଭିଯୋଗକାରିଣୀ କୋର୍ଟର ନିର୍ଦ୍ଦେଶ ମୁତାବକ ଘରେ ତାଙ୍କର ଅଧିକାର ଅଛି ବୋଲି କହିବାରୁ ସେମାନେ ଚାଲିଗଲେ ଏହିସମସ୍ତ ଘଟଣା ସିସିଟିଭିରେ କଏଦ ଅଛି ବୋଲି ସେ ଲିଖିତ ଅଭିଯୋଗ ଜଣାଇଛନ୍ତି । ଏ ବାବଦକୁ ଗଣମାଧ୍ୟମ ପ୍ରତିନିଧିମାନେ ଥାନାଧିକାରୀ ଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ରଖିନଥିବା ଜଣାପଡ଼ିଛି

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ