ଗଜପତିର ପଣ୍ଡିତ ଗୁରୁ ରଘୁନାଥଙ୍କୁ ମା ତାରା ତାରିଣୀ ମହୋତ୍ସବରେ କଳାଶ୍ରୀ ସମ୍ମାନ ପ୍ରଦାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସମେତ ସମଗ୍ର ଓଡିଶାରେ ପ୍ରଖ୍ୟାତ ଥିବା ପାରଳାଖେମୁଣ୍ଡି ନିବାସୀ ପଣ୍ଡିତ ତଥା ସଙ୍ଗୀତ ଗୁରୁ ରଘୁନାଥ ପାତ୍ରଙ୍କୁ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡିଆରେ ଅନୁଷ୍ଠିତ ମା ତାରା ତାରିଣୀ ମହୋତ୍ସବରେ କଳାଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି. ଓଡିଶୀ ନୃତ୍ୟୟନ ତରଫରୁ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟର କୁଳପତି ଡ଼ ପ୍ରଫୁଲ୍ଲ ମହାନ୍ତି ପ୍ରମୁଖ ଯୋଗ ଦେଇ ସଙ୍ଗୀତ ଗୁରୁ ରଘୁନାଥ ପାତ୍ରଙ୍କୁ ତାଙ୍କରି ଅବଦାନ ପାଇଁ ବହୁ ପ୍ରଂଶସା କରିବା ସହ କଳାଶ୍ରୀ ସମ୍ମାନରେ ସଂମ୍ମାନିତ କରିଥିଲେ. ଏହାର ଉତ୍ତର ରଖି ଗୁରୁ ରଘୁନାଥ ପାତ୍ର ସମସ୍ତଙ୍କୁ ସାଧୁବାଦ ଅର୍ପଣ କରିବା ସହ କହିଥିଲେ ଏହି ସମ୍ମାନ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ପ୍ରଦାନ କରାଯାଇଛି. ତେଣୁ ସଂମ୍ମାନଟି ଶ୍ରୀଜଗନ୍ନାଥଙ୍କ ଚରଣରେ ସମର୍ପଣ କରି ଆଶୀର୍ବାଦ ଭିକ୍ଷା କରୁଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ