ଅନ୍ତୋଦୟ ଯୋଜନା ବାଟବଣା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଅଯୋଗ୍ୟ ହିତାଧିକାରୀ ଉପକୃତ ହେଉଥିବାବେଳେ ଯୋଗ୍ୟ ହିତାଧିକାରୀ ବଞ୍ଚିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଅନ୍ତୋଦୟ ଯୋଜନା ମୂଳ ଲକ୍ଷ୍ୟରୁ ଦୁରେଇ ଯାଇ ବାଟ ବଣା ହୋଇଥିବା ବିଭିନ୍ନ ଅଭିଯୋଗ ହୋଇଛି. ଏହି ଯୋଜନା ପାଇଁ ସମସ୍ତ ଯୋଗ୍ୟତା ଥିବା ହିତାଧିକାରୀମାନଙ୍କୁ ବିଭାଗୀୟ ଅଧିକାରୀମାନେ ସାମିଲ କରୁନାହାନ୍ତି. ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଯୋଗ୍ୟ ହିତାଧିକାରୀମାନେ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାରୁ ବଞ୍ଚିତ ହେଉଥିବାବେଳେ ଅଯୋଗ୍ୟ ହିତାଧିକାରୀମାନେ ଆବଶକ୍ୟ ଯୋଗ୍ୟତା ନ ଥାଇ ବି ଲାଭବାନ ହେଉଛନ୍ତି. ଖାଦ୍ୟ ସୁରକ୍ଷା ଅଧିନିୟମ ଆଇନ ଅନୁଯାୟୀ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯିବା ନିମନ୍ତେ ମାନଦଣ୍ତରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। କିନ୍ତୁ ଅଧିକାରୀ ମାନେ ଅନୁପାଳନ କରୁନାହାଁନ୍ତି। ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲା ଅଧୀନରେ ଥିବା ରାୟଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲବା ଗ୍ରାମର ଅସହାୟ ନୀରିହ ବିଧବା ମହିଳା ମଗଦଲାଣୀ ସିଂ। ବିଧିର ବିଧାନ ହେତୁ ସ୍ୱାମୀ ହାତ ଛାଡି ଆରପାରିକୁ ଚାଲିଯାଇଛନ୍ତି। ଚାରି ପ୍ରାଣୀ କୁଟୁମ୍ବକୁ ନେଇ ପରିବାର । ଦିନେ ହସ ଖୁସିର ପରିବାର ଆଜି ସେହି ଖୁସି ଆଉ ନାହିଁ । ଦୁଇ ପୁଅ ରକ୍ତହୀନତା ରୋଗରେ ପୀଡ଼ିତ ଥିବା ବେଳେ ଝିଅ ଜଣେ ଭିନ୍ନକ୍ଷମ ଅଟନ୍ତି। ସାମାଜିକ ଗଣମାଧ୍ୟମରେ ଏହି ଗରୀବ ଦୁଃଖୀ ପରିବାରକୁ ଅନ୍ନ ଅନ୍ତୋଦୟ ଯୋଜନାରେ ରାସନ କାର୍ଡ଼ ଯୋଗାଇ ଦେବା ନିମନ୍ତେ ଗତ ତା- ୨୧-୦୬-୨୦୨୩ ରିଖରେ ଜିଲ୍ଲା ପ୍ରଶାସନ ଦୃଷ୍ଟିକୁ ଅବଗତ କରାଯାଇଥିଲା। ଗତ ତା-୨୨-୦୬-୨୦୨୩ ରିଖରେ ଗଜପତି ଜିଲ୍ଲାପାଳ ଉକ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ନିର୍ଦେଶ ଦିଆଯାଇଥିବା ସୂଚନା ଦେଇଥିଲେ କିନ୍ତୁ ଏହ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ କି ଯେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ଯୋଗ୍ୟ ହିତାଧିକାରୀଙ୍କୁ ଗୋଟେ ଅନ୍ତର୍ଦୟ ରାସନ କାର୍ଡ ଯୋଗାଣ ଦିଆ ଯାଇ ନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଭିତ୍ତିକରି ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗ୍ରାମ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ନାହି ଏବେ ସାଧାରଣତ ଜନତା ମନରେ ଅନେକ ପ୍ରଶ୍ନବାଚି ସୃଷ୍ଟି ହେଉଛି। ବଡ଼ ଦୁଃର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ ଏହି ଅସହାୟ ଦୁଃଖୀ ପରିବାରର ସମସ୍ୟା ଅଧିକାରୀ ସମାଧାନ କରିନାହାନ୍ତି । ଘଟଣା ନେଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ରାୟଗଡ ବିଡ଼ିଓଙ୍କ ମୋବାଇଲ ଯୋଗେ ଯୋଗାଯୋଗ କରିଥିଲେ. ହେଲେ ନେଟୱାର୍କ ସମସ୍ୟା ଯୋଗୁଁ ଯୋଗାଯୋଗ ନ ହେବାରୁ ତାଙ୍କରି କୌଣସି ମତାମତ ମିଳିପାରିନାହିଁ. ସରକାର ଲୋକଙ୍କ ସୁବିଧା ନିମନ୍ତେ ଯୋଜନା ପ୍ରଣୟନ କରିଥିବା ସ୍ୱତେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି, ଏବଂ ଦାୟିତ୍ବହୀନତା ଯୋଗୁଁ ଏହିଭଳି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ଦିଆଯାଉଛି ଏବଂ ଆଯୋଗ୍ୟ ହିତାଧିକାରୀ ଗରିବୀ କଲ୍ୟାଣ ଯୋଜନାରୁ ଲାଭ ଉଠାଉଥିବା ଶୁଣିବାକୁ ମିଳୁଛି । ତେବେ କେବେ ସ୍ଥାନୀୟ ପ୍ରଶାସନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଏହି ଅସହାୟ ବିଧବା ମହିଳାଙ୍କୁ ଅନ୍ନ ଅନ୍ତଦୟ ଯୋଜନାରେ ସାମିଲ କରି ଅନ୍ତର୍ଦୟ ରାସନ କାର୍ଡ ଯୋଗାଇ ଦେବେ ବୋଲି ଅଞ୍ଚଳବାସୀଙ୍କ ତରଫରୁ ନିବେଦନ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ