ଆଦିବାସୀ ମହାସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଆଦିବାସୀ ମହାସଂଘ, ଓଡ଼ିଶା ତରଫରୁ ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କୁ ସାକ୍ଷାତକରି ବିଭିନ୍ନ ଦାବି ସଂପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ କେତୋଟି ମୁଖ୍ୟ ପ୍ରସଙ୍ଗ ହେଲା ସରକାରଙ୍କ ତରଫରୁ ୧୯୫୬ ରେଗୁଲେସନ ୨ ସଂଶୋଧନ ପ୍ରସ୍ତାବକୁ ବିରୋଧ, ଅନୁସୂଚିତ ଅଂଚଳ ପଂଚାୟତ ସଂପ୍ରସାରଣ ଆଇନ ୧୯୯୬ ଲାଗୁ କରିବା, ଜଙ୍ଗଲ ସଂରକ୍ଷଣ ସଂଶୋଧନ ଆଇନ ୨୦୨୩ କୁ ପ୍ରତ୍ୟାହାର, ବିସ୍ତାପନ ବନ୍ଦ ହେବା, ଜନଜାତି ଉପଦେଷ୍ଟା ପରିଷଦ ସଠିକ ଭାବେ ପରିଚାଳିତ ହେବା, ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠିର ସଦ୍ ବିନିଯୋଗ ହେବା ସହିତ ଜଙ୍ଗଲ ସଂରକ୍ଷଣ ଆଇନ ୨୦୨୩କୁ ପ୍ରତ୍ୟାହାର କରିବା ପ୍ରମୁଖକୁ ଅନୁରୋଧ କରି ମହାସଂଘ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ସରକାରଙ୍କୁ ଅନୁରୋଧ କରିବା ସହିତ ଆଦିବାସୀମାନଙ୍କ ବହୁବିଧ କଲ୍ୟାଣ ଯେପରି ହୋଇପାରିବ ତାହା ଉପରେ ସରକାର ଓ ମହାମହିମ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ଆଦିବାସୀ ମହାସଂଘ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ